ଭୁବନେଶ୍ୱର: ‘ଫୁଲ-ଭଗବାନ ଫାଉଣ୍ଡେସନ୍’ ଆନୁକୂଲ୍ୟରେ ବିଶିଷ୍ଟ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶ୍ରେଷ୍ଠ କଥା ଦଶକ’ ଶନିବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକମାନଙ୍କ ସମାବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ଆଚାର୍ଯ୍ୟ ତାଙ୍କର ଏହି ବିଶିଷ୍ଟ କୃତୀ ପଛର କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ସାହିତ୍ୟ ସୃଷ୍ଟିର ମୌଳିକ ଉପାଦାନ ମଣିଷ ଏବଂ ମଣିଷ-ମଣିଷ ମଧ୍ୟରେ ପ୍ରେମଭାବ ଜାଗ୍ରତ ହେଲେ ପୃଥିବୀର ସମସ୍ତ ବିଭ୍ରାନ୍ତକର ଶକ୍ତି ଲୋପ ପାଇଯିବ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ଯ୍ୟକ୍ରମରେ ଲେଖକଙ୍କ ପତ୍ନୀ ତଥା ସାହିତ୍ୟିକ ନିରୁପମା ଆଚାର୍ଯ୍ୟ, ଅଧ୍ୟାପକ ବିଶ୍ବରଂଜନ, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର, କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ, କେନ୍ଦ୍ର ସାହିତ୍ୟ ଅକାଦେମିର ଆବାହକ ଡ. ବିଜୟାନନ୍ଦ ସିଂହ, ଲେଖକ ରବି ସ୍ବାଇଁ, ଡ. ଅରବିନ୍ଦ ରାୟ, ସଦାନନ୍ଦ ତ୍ରିପାଠୀ, ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ସୀତେଶ ତ୍ରିପାଠୀ, କୁସୁମ ପଟେଲ, ମୀନାକ୍ଷୀ ରାଉତରାୟ, କେଦାର ପୃଷ୍ଟି ଓ ପ୍ରକାଶକ ଶୁଭାଶିଷ କର ପ୍ରମୁଖ ବିଶିଷ୍ଟ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଫାଉଣ୍ଡେସନ୍ର ଅଧ୍ୟକ୍ଷ ପୀତବାସ ରାଉତରାୟ ‘ଶ୍ରେଷ୍ଠ କଥା ଦଶକ’ କ୍ରମରେ ଓଡ଼ିଶାର ବୟୋଜ୍ୟେଷ୍ଠ ଗାଳ୍ପିକମାନଙ୍କର ରଚନାକୁ କ୍ରମାନ୍ବୟରେ ପ୍ରକାଶ କରିବାରେ ସଂକଳ୍ପ ସଂପର୍କରେ ଅବଗତ କରାଇଥିଲେ। ସଭା ଶେଷରେ ଅଧ୍ୟାପକ ବିଶ୍ବରଂଜନ ଏଭଳି ପରିକଳ୍ପନା ନିମନ୍ତେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘କାଦମ୍ବିନୀ’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା।