ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ ପକ୍ଷରୁ ବିଶ୍ୱ ମେଦ ବହୁଳତା ଦିବସ

ଚନ୍ଦ୍ରଶେଖରପୁର : ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ ପକ୍ଷରୁ ବିଶ୍ୱ ମେଦବହୁଳତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ଅଭିନେତା କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସର୍ବଦା ଫିଟ୍‌ ରହିବାକୁ ଅନେକ ପରାମର୍ଶ ଦେଇଥିଲେ। ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌, କଟକର ସିଏମ୍‌ଡି ତଥା ବିଶିଷ୍ଟ ବାରିଆଟ୍ରିକ୍‌ ସର୍ଜନ ଡ. ଶ୍ରୀଜୟ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏହି ଅବସରରେ ସଫଳତାର ସହିତ ଅସ୍ତ୍ରୋପଚାର ପରେ ୫୦ରୁ ୧୦୦କେଜି ପର୍ଯ୍ୟନ୍ତ ଓଜନ କମ୍‌ କରିପାରିଥିବା ବାରିଆଟ୍ରି ରୋଗୀମାନଙ୍କ ପକ୍ଷରୁ ଫେସନ୍‌ ସୋ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବରୁ ୧୯୪ କେଜି ଓଜନ ଥାଇ ବର୍ତ୍ତମାନ ୭୪ କେଜି ଓଜନ ହୋଇଥିବା କଟକର ୩୨ ବର୍ଷୀୟ ମହମ୍ମଦ ସାଦଙ୍କୁ ଶ୍ରେଷ୍ଠ ମେଦ ହ୍ରାସ ସମ୍ମାନ ପ୍ରଦାନ କରାଯାଇଥିଲା।

ମେଦ ବହୁଳତାକୁ ବିନାଶ କରିବାକୁ ହେଲେ ରୋଗୀର ସହଯୋଗ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଫାଷ୍ଟ୍‍ଫୁଡ୍‌ରୁ ଦୂରେଇ ରହିବା, ଦୈନିକ ଅଧଘଣ୍ଟା ପରିଶ୍ରମ କରିବା ସହିତ ଏକ ସୁସ୍ଥ ଜୀବନଶୈଳୀ ବ୍ୟକ୍ତିିକୁ ଫିଟ୍‌ ରଖିବାରେ ସହାୟକ ହେବ। ଶାନ୍ତି ମେମୋରିଆଲ୍‌ ହସ୍ପିଟାଲ୍‌ରୁ ଏପର୍ଯ୍ୟନ୍ତ ଏହି ରୋଗର ଶିକାର ହୋଇ ଅପରେସନ ହୋଇଥିବା ୧୦୫ଜଣରୋଗୀ ଶତପ୍ରତିଶତ ସଫଳ ହୋଇଥିବା ଅନୁଷ୍ଠାନର ମୁଖ୍ୟ ଡ. ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର