ଧଉଳି: ଧଉଳି ଶାନ୍ତିସ୍ତୁପ ସମ୍ମୁଖରେ ଥିବା ଟଏଲେଟ୍ କମ୍ପ୍ଲେକ୍ସରୁ ଦୀର୍ଘ ଏକ ସପ୍ତାହ ହେବ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛିl ଫଳରେ ଟଏଲେଟ୍ କମ୍ପେକ୍ସ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି ଓ ଶାନ୍ତିସ୍ତୁପ ବୁଲି ଆସୁଥିବା ପର୍ଯ୍ୟଟକମାନେ ସ୍ନାନ ଓ ଶୌଚ ହେବାରେ ନାହିଁ ନଥିବା ହଇରାଣ ହେଉଛନ୍ତି। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ହେଲେ ଟଏଲେଟ୍ କମ୍ପ୍ଲେକ୍ସକୁ ବିଦ୍ୟୁତ ଯୋଗାଣ ନେଇ ଅଧିକାରୀ କିଛି ଶୁଣୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଉତ୍ତରା ବିଦ୍ୟୁତ ସେକ୍ସନ ପକ୍ଷରୁ ଶାନ୍ତିସ୍ତୁପକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି l ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ରହିବା ଓ ଖାଇବା ଲାଗି ପାନ୍ଥିକା (ଯାତ୍ରୀ ନିବାସ) ଖୋଲା ଯାଇଥିଲା। ୩ ବର୍ଷ ହେଲା ପାନ୍ଥିକାର ଘରୋଇକରଣ ହୋଇଥିଲା। ତେବେ କୌଣସି କାରଣରୁ ପାନ୍ଥିକା ଏକବର୍ଷ ହେଲା ବନ୍ଦ ହୋଇପଡ଼ିଛି। ତେଣୁ ପାନ୍ଥିକାର ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ଅନ୍ୟପକ୍ଷରେ ଟଏଲେଟ କମ୍ପ୍ଲେକ୍ସକୁ ସ୍ୱତନ୍ତ୍ର ଭାବେ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ତେଣୁ ସେଠାରେ ମଧ୍ୟ ବିଦ୍ୟୁତ୍ କାଟ ହୋଇଛି। ବିଦ୍ୟୁତ୍ କାଟି ଦିଆଯିବା ପରେ ଟଏଲେଟ୍ କମ୍ପ୍ଲେକ୍ସରେ ବାଉଁଶବାଡ଼ ବନ୍ଧା ଯାଇଛି। ଏହି କମ୍ପ୍ଲେକ୍ସରେ ୫ଟି କରି ପାଇଖାନା, ପରିସ୍ରାଗାର ଓ ଗାଧୁଆଘର ରହିଛି। ସେଗୁଡ଼ିକ ବିନା ପର୍ଯ୍ୟଟକ ବଡ଼ ଅସୁବିଧା ସାମ୍ନା କରୁଛନ୍ତି। ତେବେ ଶାନ୍ତିସ୍ତୁପ ଠାରୁ ଏକ କିମି ଦୂର ବସଷ୍ଟାଣ୍ଡ ନିକଟରେ ଏକ ନୂତନ ଟଏଲେଟ କମ୍ପ୍ଲେକ୍ସ ଚାଲୁ ରହିଛି।
ଶାନ୍ତିସ୍ତୁପ ଟଏଲେଟ୍ କମ୍ପ୍ଲେକ୍ସ ଅଚଳ, ପର୍ଯ୍ୟଟକ ହନ୍ତସନ୍ତ
/sambad/media/post_attachments/wp-content/uploads/2024/05/dgjgdjgjggjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)