‘ଶରଦ ରାସ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: କାର୍ତ୍ତିକ ମାସ ପଞ୍ଚକ ସମୟରେ ରାସୋତ୍ସବରେ ପାଠ କରାଯାଉଥିବା ‘ଶରଦ ରାସ’ ପଞ୍ଚଧ୍ୟାୟୀ ପୁସ୍ତକ ଆଜି ସମ୍ବାଦ ଭବନରେ ସମ୍ବାଦ ସମ୍ପା‌ଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କରକମଳ‌‌ରେ ଉ‌ନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରକାଶକ ଭ୍ରମରବର ଦାଶ, ସଂକଳକ ଧୃବଚରଣ ଦାଶ, ନିରଞ୍ଜନ ଦାଶ, ସୁରେଶ ଚନ୍ଦ୍ର ନାଥ ଓ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ଉପସ୍ଥିତ ଥିଲେ।

ଏହି ପୁସ୍ତକ ୧୯୧୨ ମସିହାରେ ସ୍ବର୍ଗତ ଲିଙ୍ଗରାଜ ଦାଶ ଓ ସ୍ବର୍ଗତ କୃତ୍ତିବାସ ଦାଶଙ୍କ ମିଳିତ ଉଦ୍ୟମରେ ତାଳ ପତ୍ରରେ ଲେଖାଯାଇଥିଲା। ୧୯୩୬ ମସିହାରେ ସ୍ବର୍ଗତ ଚିନ୍ତାମଣି ଦାଶ ଏହି ତାଳ ପତ୍ର ଲିଖିତ ପାଠକୁ ପୋଥି ଭାବେ ରୂପାନ୍ତରିତ କରିଥିଲେ। ୨୦୧୧ ମସିହାରେ ଧୃବଚରଣ ଦାଶ ଉକ୍ତ ତାଳପତ୍ର ପୋଥିରୁ ସମସ୍ତ କବିତା ଉଦ୍ଧାର କରି ଏକ ଡାଏରିରେ ଲିପିବଦ୍ଧ କରିଥିଲେ। ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ତଳମୂଳ ନୂଆସାହି ଗ୍ରାମରେ ପ୍ରତିବର୍ଷ ରାସୋ‌ତ୍ସବରେ ଏହି ପାଞ୍ଚ ଅଧ୍ୟାୟ ପାଠ କରାଯାଇଆସୁଛି। ୨୦୧୩ରେ ପ୍ରଥମ ଥର ଓ ୨୦୨୨ରେ ଦ୍ବିତୀୟ ଥର ପାଇଁ ଭ୍ରମରବର ଦାଶ ଏହାକୁ ପୁସ୍ତକରେ ପ୍ରକାଶିତ କ‌ରିଛନ୍ତି।

ସମ୍ବନ୍ଧିତ ଖବର