ମେଣ୍ଢାଶାଳ: ମେଣ୍ଢାଶାଳ ଗ୍ରାମର ଅଗ୍ରଣୀ ଯୁବ ଅନୁଷ୍ଠାନ ଫ୍ରେଣ୍ଡସ୍ କଲ୍ଚରାଲ୍ ଗ୍ରୁପ୍ ପକ୍ଷରୁ ଅନୁଷ୍ଠିତ ଦୁଇଦିନିଆ ଯାତ୍ରା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଦଶହରା ଉପଲକ୍ଷେ ଦୁଇଦିନ ଧରି ଏହି ଡ୍ରାମା ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣାଶୁରା ନିର୍ଦ୍ଦେଶକ ମହେନ୍ଦ୍ର କୁମାର ପ୍ରଧାନଙ୍କ ନିର୍ଦ୍ଦେଶନାରେ ଇଂଜିନିୟର ଆଶୁତୋଷ ମହାପାତ୍ରଙ୍କ ରଚିତ ‘ଦି ଟୋପା ଲୁହକୁ ଚେନାଏ ହସ’ ଓ ଅଜୟ ସ’ଙ୍କ ରଚିତ ‘କହିବାକୁ ଲାଜ, ଶୁଣିଲେ ପାପ’ ପରିବେଷଣ କରାଯାଇଥିଲା। ସହନିର୍ଦ୍ଦେଶକ ରାଜ୍ ଖାଁ, ସଂଳାପକାର କିଶୋର ମହାପାତ୍ର, ସର୍ବେଶ୍ୱର ସାମନ୍ତରାୟ, ଉପଦେଷ୍ଟା ତ୍ରିଲୋଚନ ବାହିନୀପତି, ସନ୍ତୋଷ କୁମାର ମହାପାତ୍ର, ପରିଚାଳକ ବିଷ୍ଣୁପ୍ରସାଦ ବାହିନୀପତି ଓ ସତ୍ତ୍ବାଧିକାରୀ ମାନସ ରଞ୍ଜନ ପଟ୍ଟନାୟକଙ୍କ ସହଯୋଗରେ ନାଟକଦ୍ବୟ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇଥିଲା।
ନିଶା ନିବାରଣ ଓ ଟ୍ରାଫିକ୍ ନିୟମ ମାନିବା ପାଇଁ ଏହି ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ସୁକାନ୍ତ ସାମନ୍ତରାୟ, ଶୁଭେନ୍ଦୁ ସାମନ୍ତରାୟ, ସୁଧାଂଶୁ ଶେଖର ଜଗଦ୍ଦେବ, ଶେଷଦେବ ବଡ଼ଜେନା, ମାନସ ପରିଡା, ଶଶୀଭୂଷଣ ପ୍ରଧାନ, ସନ୍ତୋଷ କୁମାର ପରିଡ଼ା, ବିଶ୍ୱରଞ୍ଜନ ସାମନ୍ତରାୟ, ତପନ ବଳିୟାରସିଂହ, କୃଷ୍ଣଚନ୍ଦ୍ର ପାଟଶାଣୀ, ସଦାଶିବ ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ସୁରେଶ ବେହେରା, ସୂରଜ କୁମାର ବେହେରା ପ୍ରମୁଖଙ୍କ ନିଖୁଣ ଅଭିନୟ ନାଟକଦ୍ବୟକୁ ଅଧିକ ଜୀବନ୍ତ କରିପାରିଥିଲା।
ଉଦ୍ଘାଟନୀ ଉତ୍ସବରେ କଂଗ୍ରେସ ନେତା ସନ୍ତୋଷ କୁମାର ଜେନା ଓ ବିଜେଡି ନେତା ମନ୍ମଥ ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ। ଉଦ୍ଯାପନୀ ଉତ୍ସବରେ ଦୁର୍ନୀତି ନିବାରଣ କୋର୍ଟର ସ୍ୱତନ୍ତ୍ର ବିଚାରପତି ଲଳିତ କୁମାର ଦାସ, ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା. ସଞ୍ଜୟ କୁମାର ରାୟ, ଡମପଡ଼ା ରେଞ୍ଜ୍ ଅଧିକାରୀ ନିରଞ୍ଜନ ମହାପାତ୍ର, ପୂର୍ବତନ ଚିଫ୍ ଇଂଜିନିୟର ଶତ୍ରୁଘ୍ନ ବାହିନୀପତି, ପୂର୍ବତନ କୃଷି ନିର୍ଦ୍ଦେଶକ ସନ୍ତୋଷ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଆଇନ ପରାମର୍ଶଦାତା ଶ୍ରୀମନ୍ତ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦୁରଞ୍ଜନ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।