ଭୁବନେଶ୍ବର: ସହରାଞ୍ଚଳ ବାସହରାଙ୍କୁ ଥାଇଥାନ କରିବା ପାଇଁ ଓଡ଼ିଶା ସରକାର ପର୍ଯ୍ୟାପ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରିନାହାନ୍ତି। ଯେଉଁଠି ବି ଆଶ୍ରୟସ୍ଥଳୀ ରହିଛି, ସେଠାରେ ଖାଦ୍ୟ, ପିଇବା ପାଣି ଓ ସ୍ବାସ୍ଥ୍ୟସେବା ପାଇଁ ଔଷଧ ଯୋଗାଣର ବ୍ୟବସ୍ଥା ହୋଇନି। ଏ ନେଇ ଜାତୀୟ ମାନବାଧିକାର କମିସନଙ୍କୁ ‘ମୋ ଓଡ଼ିଶା ମହାନ୍’ ସ୍ବେଚ୍ଛାସେବୀ ସଂଗଠନ ଫେରାଦ ଜଣାଇଛି। ଖରା, ବର୍ଷା, ଶୀତ କାକରରେ ରାସ୍ତା କଡ଼ରେ ପଡ଼ି ରହିଥିବା ଅସହାୟ, ଗରିବ ଓ ବାସହରା ଲୋକଙ୍କୁ ଆଶ୍ରୟସ୍ଥଳୀରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁଷ୍ଠାନର ଆବାହକ ଦିବ୍ୟଜ୍ୟୋତି ପଲେଇ ଏନ୍ଏଚ୍ଆର୍ସି ଅଧ୍ୟକ୍ଷଙ୍କୁ ଇ-ଅଭିଯୋଗ ପ୍ରଦାନ କରିଛନ୍ତି।
ଶ୍ରୀ ପଲେଇ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ସମସ୍ତ ପ୍ରକାର ସୁବିଧା ଥାଇ ସହରାଞ୍ଚଳ ବାସହରାଙ୍କୁ ଆଶ୍ରୟସ୍ଥଳୀ ଯୋଗାଇ ଦେବାକୁ ଅତୀତରେ ଗୋଟିଏ ମାମଲାର ବିଚାର କରି ସୁପ୍ରିମକୋର୍ଟ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ଭୁବନେଶ୍ବରରେ ୬ଟି ଆଶ୍ରୟସ୍ଥଳ, କଟକରେ ୬, ବ୍ରହ୍ମପୁରରେ ୧ ଓ ଭଦ୍ରକରେ ୧ଟି ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି। ଏହି ୧୪ଟି ଆଶ୍ରୟସ୍ଥଳୀରେ ପ୍ରାୟ ୫୦୦ ବାସହରା ଲୋକ ରହିପାରିବେ। ସହରାଞ୍ଚଳ ବାସହରାଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ଆଶ୍ରୟସ୍ଥଳୀଗୁଡ଼ିକୁ ଲୋକ ଜାଣିବା ପାଇଁ ଗୋଟିଏ ହେଲେ ବି ସାଇନ୍ବୋର୍ଡ଼ ଲଗାଯାଇନାହିଁ। ଖାଲି ସେତିକି ନୁହେଁ, ଆଶ୍ରୟସ୍ଥଳୀଗୁଡ଼ିକରେ ବାସ କରୁଥିବା ଅନ୍ତେବାସୀଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପିଇବା ପାଣି, ଔଷଧ ପତ୍ର ବି ଠିକ୍ ଭାବେ ମିଳୁନାହିଁ। ସମ୍ବିଧାନର ଧାରା ୨୧ ଅନୁଯାୟୀ, ସମ୍ମାନର ସହ ବଞ୍ଚିବା ଜଣେ ବ୍ୟକ୍ତିର ମୌଳିକ ଅଧିକାର ହୋଇଥିଲେ ବି ସହରାଞ୍ଚଳ ବାସହରାମାନେ ଉପେକ୍ଷିତ ହେଉଥିବା ଶ୍ରୀ ପଲେଇ ଉଲ୍ଲେଖ କରିଛନ୍ତି।
ବାସହରାଙ୍କୁ ମିଳୁନି ଆଶ୍ରୟସ୍ଥଳୀ ସୁବିଧା, ଏନ୍ଏଚ୍ଆର୍ସିଙ୍କୁ ଫେରାଦ ଜଣାଇଲା ସ୍ବେଚ୍ଛାସେବୀ ଅନୁଷ୍ଠାନ
/sambad/media/post_attachments/wp-content/uploads/2020/10/nhrc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)