ବାସହରାଙ୍କ ପାଇଁ ଆଶ୍ରୟସ୍ଥଳୀ ନିଅଣ୍ଟ ପଡ଼ିଲା, ବିଏମ୍‌ସିକୁ ହିଟ୍‌ ଆଣ୍ଡ୍‌ ରନ୍ ଭୟ

ଦୁଇଟି ସ୍କୁଲରେ ଖୋଲିବ ଅସ୍ଥାୟୀ ଆଶ୍ରୟସ୍ଥଳୀ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ରାଜଧାନୀରେ ୮ଟି ଆଶ୍ରୟସ୍ଥଳୀ ଥିବା ବେଳେ ଏଠାରେ ପ୍ରାୟ ୫୦୦ଜଣ ବାସହରା ରହିବାର ବ୍ୟବସ୍ଥା ଅଛି। ହେଲେ ଏହା ନିଅଣ୍ଟ ପଡ଼ୁଛି। ଏବେ ବି ବହୁ ଲୋକ ରାସ୍ତାକଡ଼ରେ ଶୋଉଛନ୍ତି। ବିଏମ୍‌ସି ପକ୍ଷରୁ ବାସହରାଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ‌େହଁ ଆଶ୍ରୟସ୍ଥଳୀ ନ ଥିବାରୁ ରାସ୍ତାକଡ଼ରେ ଶୋଇଥିବା ଲୋକଙ୍କୁ ଉଠା ଯାଇପାରୁନି। ତେଣୁ ଦୁଇଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରିବାକୁ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଜି ଏନେଇ ବିଏମ୍‌ସିର ଅତିରିକ୍ତ କମିସନର ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସ୍କୁଲ ଖୋଲିବାକୁ କହିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି, ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଏବଂ କଳ୍ପନା ଛକ ନିକଟରେ ବହୁ ଶ୍ରମିକ ରାସ୍ତାକଡ଼ରେ ଶୋଇଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପ୍ରବଳ କୁହୁଡ଼ି ପଡ଼ୁଥିବାରୁ ‘ହିଟ୍‌ ଆଣ୍ଡ୍‌ ରନ୍’ ଭୟ ରହୁଛି। ଦୁର୍ଘଟଣାକୁ ଏଡ଼ାଇବାକୁ ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବ। ଏଥିପାଇଁ କଳ୍ପନା ଛକ ନିକଟରେ ଷ୍ଟେସନ୍‌ ବଜାର ୟୁପି ସ୍କୁଲ ଏବଂ ନୂଆପଲ୍ଲୀ ନିକଟରେ ଆଇଆରସି ଭିଲେଜ ସେକ୍ଟର-୬ସ୍ଥିତ ସରକାରୀ ନୋଡାଲ୍‌ ୟୁପି ସ୍କୁଲ ଯୋଗାଇ ଦେବାକୁ କୁହାଯାଇଛି। ଏବେ ଦୁଇଟି ସ୍କୁଲରେ ତିନିଟି ଲେଖାଏଁ ରୁମ୍‌ ଖୋଲିବାକୁ କୁହାଯାଇଛି। ଏବେ ୧୦୦ଜଣ ଲୋକ ରାତିରେ ଶୋଇବା ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର