ଭୁବନେଶ୍ବର : ୨୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ସଭାପତିଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଲେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଞ୍ଚଳର ଅଞ୍ଜନା ମହାକୁଡ଼(୩୧)। ସେ ଏଠାରେ ସାଲିଆସାହି ନୀଳକଣ୍ଠନଗରରେ ରହୁଥିଲେ। ଆଜି ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ନୂଆପଲ୍ଲୀ ନୀଳକଣ୍ଠନଗର ଅଞ୍ଚଳରେ ଥିବା ଏକ ଏସ୍ଏଚଜିର ସଭାପତି ଥିଲେ ଅଞ୍ଜନା। ବିଭିନ୍ନ ଆଳ ଦେଖାଇ ସେ ଗ୍ରୁପ୍ର ସଦସ୍ୟାମାନଙ୍କଠାରୁ ୨୧ ଲକ୍ଷ ଟଙ୍କା ନେଇ ଆଉ ପରିଶୋଧ କରି ନଥିଲେ। ଟଙ୍କା ମାଗିଲା ବେଳେ ଆଜିକାଲି କହି ଦିନ ଗଡ଼ାଉଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳର ସଂଗୀତା ସାମନ୍ତରାୟ ନାମକ ଜଣେ ମହିଳାଙ୍କଠାରୁ ଅଞ୍ଜନା ଦୁଇ ବର୍ଷ ତଳେ ୨ଲକ୍ଷ ଟଙ୍କା ନେଇ ଫେରାଇ ନଥିଲେ। ଏନେଇ ସଂଗୀତା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।
୨୧ଲକ୍ଷ ଠକେଇ : ଏସ୍ଏଚ୍ଜି ସଭାପତି ଗିରଫ
/sambad/media/post_attachments/wp-content/uploads/2019/06/arrested-2.jpg)