ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି: ଶ୍ରମଜୀବୀ ମଣିଷର ସ୍ବାର୍ଥରକ୍ଷା ପାଇଁ ସଂଘର୍ଷ କରୁଥିଲେ ଶିବାଜୀ

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ବର୍ଗତ ଶିବାଜୀ ପଟ୍ଟନାୟକଙ୍କ ସଂକଳ୍ପ, ତ୍ୟାଗ ଓ ସଂଘର୍ଷର କାହ‌ାଣୀ ଅବିସ୍ମରଣୀୟ। ଏକ ଶୋଷଣମୁକ୍ତ ସମାଜ ଗଠନ ଲକ୍ଷ୍ୟ ନେଇ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ପଟ୍ଟନାୟକ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଶ୍ରମଜୀବୀ ମଣିଷଙ୍କ ସ୍ବାର୍ଥ ରକ୍ଷା ପାଇଁ ସଂଘର୍ଷ କରି ଚାଲିଥିଲେ। ଓଡ଼ିଶାରେ ସିଆଇଟିୟୁ ଓ କୃଷକ ସଭା ଗଢ଼ିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସିପିଆଇଏମ୍‌ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସଠାରେ ଆୟୋଜିତ ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ସ୍ମୃତିସଭାରେ ଯୋଗ ଦେଇଥିବା ଅତିଥିମାନେ ଏପରି କହିଛନ୍ତି।

ସିପିଆଇଏମ୍‌ ନେତା ଜନାର୍ଦ୍ଦନ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସିପିଆଇଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପଲିଟ୍‌ବ୍ୟୁରୋ ସଦସ୍ୟ ସୂର୍ଯ୍ୟକାନ୍ତ ମିଶ୍ର, ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌ଏଲ୍‌) ରାଜ୍ୟ ସଂପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍‌ ଇଣ୍ଡିଆ ଫର୍‌ୱା‌ର୍ଡ ବ୍ଲକ୍‌ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ଏସ୍‌ୟୁସିଆଇ କମ୍ୟୁନିଷ୍ଟ ରାଜ୍ୟ ସଂପାଦକ ଶଙ୍କର ଦାସଗୁପ୍ତା, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ସିପିଆଇ ଏମ୍‌ଏଲ୍‌ ନେତା ଶ୍ରୀକାନ୍ତ ମହାନ୍ତି, ଏଚ୍‌ଏମ୍‌ଏସ୍‌ ରାଜ୍ୟ ନେତା କୃଷ୍ଣଚନ୍ଦ୍ର ପାତ୍ର, ସିଆଇଟିୟୁ ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି, ଓଡ଼ିଶା କୃଷକ ସଭା ରାଜ୍ୟ ସାଧାରଣ ସଂପାଦକ ସୁରେଶ ପାଣିଗ୍ରାହୀ, ଗଣତାନ୍ତ୍ରିକ ମହିଳା ସମିତି ନେତ୍ରୀ ତାପସୀ ପ୍ରହରାଜ, ଡିୱାଇଏଫ୍‌ଆଇ ରାଜ୍ୟ ସଂପାଦକ ଯତୀନ୍‌ ମହାନ୍ତି, ଓଡ଼ିଶା କ୍ଷେତମଜଦୂର ୟୁନିୟନ୍‌ ରାଜ୍ୟ ଉପସଭାପତି ନିର୍ମଳ ନାୟକ, ଏଆଇଟିୟୁସି ନେତା ରାମକୃଷ୍ଣ ପଣ୍ଡା, ଏଆଇସିସିଟିୟୁ ନେତା ମହେନ୍ଦ୍ର ପରିଡ଼ା, ପ୍ରଫେସର୍‌ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ସାମାଜିକ କର୍ମୀ ଅରୁଣ ଜେନା ଓ ଅଭୟ ବଡ଼ଜେନା ପ୍ରମୁଖ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧିତ ଖବର