ବୁବୁ ଥିଲା ଟାର୍ଗେଟ୍ରେ, ଭୁଲ୍ରେ ବାବୁ ଉପରକୁ ଗୁଳିମାଡ଼
ସୁଟର୍ ପତ୍ନୀଙ୍କ ବନ୍ଧୁକ, ୫ ଗୁଳି ଓ ବାଇକ୍ ଜବତ
ଲାଇସେନ୍ସ ରବ୍ଦ ପାଇଁ ଚିଠି ଲେଖିଲା ପୁଲିସ
ଭୁବନେଶ୍ବର : ମଙ୍ଗଳବାର ସନ୍ଧ୍ୟାରେ ସିଆର୍ପିଛକସ୍ଥିତ ଏକ ଫୁଡ୍ଷ୍ଟଲ୍ ନିକଟରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଅଟକ ଥିବା ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ବୁଧବାର ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏହି ଘଟଣାରେ ଅଭିଯୁକ୍ତ ବିନୟ ତାଙ୍କ ସୁଟର୍ ପତ୍ନୀଙ୍କ ବନ୍ଧୁକ ଫୁଟାଇଥିବାରୁ ପୁଲିସ ଉକ୍ତ ବନ୍ଧୁକକୁ ଜବତ କରିଛି। ଏଥିସହିତ ୫ ରାଉଣ୍ଡ ଜୀବନ୍ତ ଗୁଳି, ୮୧ଟି ବ୍ଲାଙ୍କ୍ କ୍ୟାଟ୍ରିଜ୍ ଓ ବାଇକ୍ ଜବତ କରାଯାଇଛି। ସେହିଭଳି ଉକ୍ତ ବନ୍ଧୁକର ଲାଇସେନ୍ସକୁ ରବ୍ଦ କରିବାକୁ କମିସନରେଟ୍ ପୁଲିସ ଚିଠି ଲେଖିବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, ଗତବର୍ଷ ଅକ୍ଟୋବର ୨୧ ତାରିଖ ସନ୍ଧ୍ୟାରେ ସିଆର୍ପି ଛକରେ ଲକ୍ଷ୍ମୀପୂଜା ହେଉଥିବା ବେଳେ ବିନୟ ଆଚାର୍ଯ୍ୟ ଗୋଷ୍ଠୀ ସହିତ ବରମୁଣ୍ଡା ଅଞ୍ଚଳର ଦେବୀପ୍ରସାଦ ଜେନା ଓରଫ ବୁବୁ ଗୋଷ୍ଠୀର ଝଗଡ଼ା ହୋଇଥିଲା। ଏହାକୁ ନେଇ ପରେ ବୁବୁ ଗଠନ କରିଥିବା କେବିଏନ୍ ଗ୍ୟାଙ୍ଗ୍ର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯୁବକ ସିଆର୍ପି ଛକରେ ଆତଙ୍କ ଖେଳାଇଥିଲା। ସେମାନେ ଗୋଡ଼ାଇ ଗୋଡ଼ାଇ ରାସ୍ତା ଉପରେ ବିନୟ ଓ ତାଙ୍କ ଗ୍ରୁପ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କରିଥିଲେ। ସେତେବେଳେ ତେବେ ଏହି ମାମଲାରେ ନୂଆପଲ୍ଲୀ ଥାନା ପୁଲିସ ବୁବୁ ସମେତ କେବିଏନ୍ ଗ୍ୟାଙ୍ଗ୍ର ୧୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ଗିରଫ କରିଥିଲା। ମାତ୍ର କେବିଏନ୍ ଗ୍ୟାଙ୍ଗ୍ର ଆକ୍ରମଣର ଶିକାର ହୋଇଥିବା ବିନୟ ରାଗ ଥମିନଥିଲା। ପତିଆରା କମିଯିବାରୁ ବିନୟ କେବିଏନ୍ର ମୁଖିଆ ବୁବୁ ଉପରେ ପ୍ରତିଶୋଧ ନେବା ପାଇଁ ମଉକା ଖୋଜୁଥିଲା।
/sambad/media/post_attachments/wp-content/uploads/2022/05/binaya-crp-chhak-fire-case-300x194.jpg)
ଗତକାଲି ସନ୍ଧ୍ୟାରେ ବୁବୁର ବଡ଼ଭାଇ ବାବୁ ଓରଫ ବିଭୁପ୍ରସାଦ ଜେନା ସିଆର୍ପି ଛକରେ ଥିଲା। କିନ୍ତୁ ଭୁଲବଶତଃ ବିନୟ ଖବର ପାଇଥିଲା ଯେ ବୁବୁ ଛକରେ ଆଡ଼ା ଜମାଇଛି। ତେଣୁ ବିନୟ ତା’ର ସହଯୋଗୀକୁ ସାଙ୍ଗରେ ଧରି ସେଠାକୁ ଆସିଥିଲା। ସେଠାରେ ପହଞ୍ଚିବା ପରେ ବି ବିନୟ ବାବୁକୁ ବୁବୁ ବୋଲି ଭାବିଥିଲା। ବାବୁ ଓ ବୁବୁ ଏକାଭଳି ଦେଖାଯାଉଥିବାରୁ ବିନୟ ଚିହ୍ନିପାରିନଥିଲା। ବୁବୁ ବୋଲି କହି ବିନୟ ବାବୁକୁ ଧମକ ଦେବା ବେଳେ ବାବୁ ନିଜର ପରିଚୟ ଦେଇଥିଲା। ତଥାପି ବିନୟ ତାକୁ ବୁବୁ ବୋଲି କହିବା ସହ ଗୋଡ଼କୁ ଗୁଳିମାଡ଼ କରିଥିଲା। ନିକଟରେ ଥିବାରୁ ବାବୁ ପାଖେଇ ଯାଇଥିଲା ଓ ତା’ ଗୋଡ଼ରେ ଗୁଳି ବାଜିନଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ବିନୟ ଓ ତା’ ସହଯୋଗୀ ଖସି ପଳାଇଥିଲେ।
୩ ଥର ଉଦ୍ୟମ କରିଥିଲା
ଗତବର୍ଷ ଲକ୍ଷ୍ମୀପୂଜାରେ ହୋଇଥିବା ଗଣ୍ଡଗୋଳର ପ୍ରତିଶୋଧ ନିଆଁରେ ଜଳୁଥିଲା ବିନୟ। କେବିଏନ୍ ଗ୍ୟାଙ୍ଗ୍ ମୁଖ୍ୟ ବୁବୁକୁ ହତ୍ୟା କରିବା ପାଇଁ ସେ ପାଗଳ ଭଳି ଖୋଜି ବୁଲୁଥିଲା ବୋଲି ପୁଲିସ ଆଗରେ ବିନୟ କହିଛି। ଏଥିପାଇଁ ଗତ ୭ମାସ ହେଲା ସେ ବୁବୁକୁ ପିଛା କରୁଥିଲା। ଏହା ଭିତରେ ବିନୟ ପ୍ରାୟ ୩ଥର ସୁଯୋଗ ପାଇଥିଲା। କଂଗ୍ରେସ ଭବନ, ବରମୁଣ୍ଡା ଓ ଡେଲ୍ଟା ଛକରେ ମୁହାଁମୁହିଁ ହୋଇଥିବା ବିନୟ କହିଛି। ମାତ୍ର କୌଣସି କାରଣବଶତଃ ଅଳ୍ପକେ ବିନୟ ହାବୁଡ଼ରୁ ସେ ଖସିଯାଇଥିଲା। ଏନେଇ ବାବୁର କହିବା କଥା ବିନୟ ତାକୁ ପିଛା କରୁଥିବା କଥା ସେ ଜାଣିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/binaya-crp-chhak-fire-case-2.jpg)