ଜଳିଗଲା ତେଜରାତି ଦୋକାନ

ଖଣ୍ଡଗିରି : ସୋମବାର ଅପରାହ୍‌ଣ ପ୍ରାୟ ୩ଟାବେଳେ ସ୍ଥାନୀୟ ନାକା ଗେଟ୍‌ସ୍ଥିତ ବଜାରରେ ଏକ ତେଜରାତି ଦୋକାନ ଜଳି ଯାଇଛି। ଖବର ପାଇ ବରମୁଣ୍ଡାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ ବି ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ଜଳି ଯାଇଥିଲା। ଦୋକାନ ବନ୍ଦ ଥିବାବେଳେ ଏହି କାଣ୍ଡ ଘଟିଛି। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଦୋକାନ ମାଲିକ ଅଶୋକ ଭୂୟାଁଙ୍କ ସୂଚନାନୁସାରେ ପ୍ରାୟ ୫ ଲକ୍ଷ ଟଙ୍କା ମାଲ୍‌ ସମ୍ପୂର୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି।

ସମ୍ବନ୍ଧିତ ଖବର