ବସ୍‌ଷ୍ଟାଣ୍ଡରୁ ହଟିଲା ଦୋକାନ, ହୋଟେଲ୍

ଭୁବନେଶ୍ୱର : ୧୮୦କୋଟି ଟଙ୍କା ବିନିଯୋଗରେ ବରମୁଣ୍ଡା ବସଷ୍ଟାଣ୍ଡ୍‌ର ନବକଳେବର ହେଉଛି। ପ୍ରାୟ ୧୮ମାସ ମଧ୍ୟରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ବାଧା ସୃଷ୍ଟି କରୁଥିବା ହୋଟେଲ୍, ଦୋକାନ ଓ ପ୍ରାୟ ୨୫ ରାଜୀବ ଆବାସ ଯୋଜନା ଘର(ରେ) ଉଚ୍ଛେଦ ପାଇଁ ଆଜି ବିଡିଏ ଉଚ୍ଛେଦକାରୀ ଦଳ ପ୍ରକ୍ରିୟା ଆରମ୍ଭ କରିଛି। ୨ଦିନିଆ ଉଚ୍ଛେଦ କାର୍ଯ୍ୟକ୍ରମରେ ବିଡିଏ ଆଜି ପ୍ରଥମ ଦିନରେ ୯ଟି ଆଜବେଷ୍ଟ୍ ଘର, ୨ଶହ ମିଟର ଲମ୍ବା ପାଚେରି, ଗୋଟିଏ ହୋଟେଲ୍ ଓ ୩ଟି ଦୋକାନ ଉଚ୍ଛେଦ କରିଛି। ଆସନ୍ତାକାଲି ବାକି ଥିବା ୨୦ରୁ ୨୫ଟି ରେ’ଘରର ହିତାଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପରେ ଉଚ୍ଛେଦ କାମ ପୁଣି ଚାଲିବ ବୋଲି ସୂଚନା ମିଳିଛି। ଉଚ୍ଛେଦକାରୀ ଦଳଙ୍କ ମଧ୍ୟରେ ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର, ଲିଆସନିଂ ଅଫିସର ଶୁଭ୍ରାଂଶୁ ଶେଖ ମହାନ୍ତି, ଜୋନ୍ ଏସିପି ଭରତ ସାହୁ ଓ ଭରତପୁର ଥାନାର ପୁଲିସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର