ଭୁବନେଶ୍ବର: ନୂଆପଲ୍ଲୀ ଦାଶରଥି ଆପାର୍ଟମେଣ୍ଟ ନିକଟରେ ବିଦ୍ୟୁତ୍ ଆଘାତ ଯୋଗୁଁ ଗୁରୁତର ଆହତ ହୋଇଥିବା ପ୍ରିୟାଶୁଂ ମିଶ୍ରଙ୍କ ଆଜି ମୃତ୍ୟୁ ଘଟିଛି। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ।ସୂଚନା ମୁତାବକ, ଗତ ୨୧ ତାରିଖ ବିଳମ୍ବିତ ରାତିରେ ପ୍ରିୟାଶୁଂ ନିଜର ଜଣେ ସାଙ୍ଗଙ୍କ ଜନ୍ମଦିନ ପାଳନ ପାଇଁ ଦାଶରଥି ଆପାର୍ଟମେଣ୍ଟ ନିକଟ ହଷ୍ଟେଲ୍କୁ ଯାଇଥିଲେ। କିନ୍ତୁ ହଷ୍ଟେଲ୍ର ସମସ୍ତ ଗେଟ୍ ବନ୍ଦ ଥିବାରୁ ପାଚେରି ଡେଇଁ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଗୋଡ଼ ଖସିଯିବାରୁ ପାଖରେ ଥିବା ଟ୍ରାନ୍ସଫର୍ମରର ଏକ ଜୀବନ୍ତ ତାର ତାଙ୍କ ହାତରେ ଲାଗି ଯାଇଥିଲା। ପ୍ରିୟାଶୁଂ କିଛି ବାଟ ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ଶରୀରର ୫୦%ରୁ ଊର୍ଧ୍ବ ଅଂଶ ଜଳିଯାଇଥିଲା। ଏହା ଦେଖି ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଶ୍ୟାମପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ବିଦ୍ୟୁତ୍ ଆଘାତରେ ଆହତ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/11/DEAD_Nov27-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)