ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆଜି ସରିବ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ଦିନର ଚନ୍ଦନ ଯାତ୍ରା ଆସନ୍ତାକାଲି (ବୁଧବାର) ଶେଷ ହେବ। ତେଣୁ ପରମ୍ପରା ଅନୁଯାୟୀ ଆଜି ଭଉଁରି ଅନୁଷ୍ଠିତ ହୋଇଥିଲା। ଅଷ୍ଟଚଣ୍ଡୀଙ୍କ ନାମରେ ୭ଘେରା ଲେଖାଏଁ ଚାପରେ ଭଉଁରି ଖେଳ ହୋଇଥିଲା। ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କର ମନ୍ଦିରରରେ ସମସ୍ତ ନୀତିକାନ୍ତି ସମାପନ ହେବା ପରେ ମହାପ୍ରଭୁ ବିନ୍ଦୁସାଗର ବ୍ରହ୍ମା ଘାଟ କୂଳକୁ ଯାଇଥିଲେ। ଏହା ପରେ ପାଳିଆ ବଡୁ ସେବାୟତ ଠାକୁରଙ୍କୁ ମଣେଇବା ପରେ ଦେବଦେବୀ ଚାପ ଡଙ୍ଗାର ସିଂହାସନରେ ବସିଥିଲେ। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିଥିବା ବେଳେ ଦୁଇ କଡ଼ରେ ଥିବା ସିଂହାସନରେ ବାସୁଦେବ ବସିଥିଲେ। ଚାପ ଖେଳି ଠାକୁର ପ୍ରଥମେ ମଠ ଘାଟରେ ଭୋଗ ଖାଇଥିଲେ। ଏହାପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ। ସେଠାରେ ନୀତି ପୂଜା କରାଯାଇ ପୂର୍ବରୁ ପ୍ରସ୍ତୁତ ଥିବା ସୁଗନ୍ଧିତ ଚନ୍ଦନ କୁଣ୍ଡରେ ବୁଡ଼ିଥିଲେ। ସେହିପରି ଆଜି ମଠ ଘାଟଠାରେ ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା।

ସମ୍ବନ୍ଧିତ ଖବର