ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୭ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହୋଇପାରିବେ। ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳେ ୭ ଘଟିକାରେ ସକାଳ ଧୂପ ସମାପନ ହେବ। ସେହିପରି ୧୬ ତାରିଖରୁ ପୂର୍ବାହ୍ଣ ୯ଟାରୁ ୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସକାଳୁ ଅବଢ଼ା ପାଇଁ ବହୁ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ମନ୍ଦିରର ରୋଷ ସେବାୟତମାନେ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସକାଳ ଧୂପ ପରେ ଅବଢ଼ା ମିଳିବା ଦ୍ବାରା ବହୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସହଜରେ ଅବଢ଼ା ମନ୍ଦିରର ଆନନ୍ଦବଜାରରେ ପାଇ ପାରିବେ ବୋଲି ସେବାୟତମାନେ କହିଛନ୍ତି।
୧୬ରୁ ସକାଳୁ ମିଳିବ ଅବଢ଼ା
/sambad/media/post_attachments/wp-content/uploads/2018/11/Abhada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)