ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିକୁ ଦେବୋତ୍ତର ଆଇନ ବଳରେ ସଂରକ୍ଷିତ ଘୋଷିତ କରାଯାଇଥିବାବେଳେ ଭୀମପୁର ମୌଜାସ୍ଥିତ ୨ଏକର ୩୬୫ଡିସିମିଲ ଜମିକୁ ୯୯ବର୍ଷ ପାଇଁ ଲିଜ୍ ଦେବାକୁ ଆଦେଶ ହୋଇଛି। ଏହାକୁ ରଦ୍ଦ କରିବାକୁ ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ଦାବି ହୋଇଛି। ଏନେଇ ମଞ୍ଚ ପକ୍ଷରୁ ଦେବୋତ୍ତର ଆୟୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯିବା ସହିତ କମିସନରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଜମିର ମୂଲ୍ୟ ୧୦ କୋଟି ଊର୍ଧ୍ବ ଟଙ୍କା ହୋଇଥିବା ବେଳେ ଏହାକୁ ଚଞ୍ଚକତା କରି କମ୍ ମୂଲ୍ୟରେ ଲିଜ୍ ଦିଆଯାଇଛି। ଏପରି ଲିଜ୍କୁ ତୁରନ୍ତ ବାତିଲ କରିବା ଲାଗି ଆଇନ ବିଭାଗ ପ୍ରମୁଖ ସଚିବଙ୍କ ନିକଟରେ ଦାବି କରାଯାଇଥିବା ବେଳେ ଅର୍ଥନୈତିକ ଅପରାଧ ଶାଖା ଅଧୀକ୍ଷକଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ଆଜି ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ବହୁ ସଭ୍ୟ ଏଥିରେ ସାମିଲ ହୋଇଥିଲେ। ଏନେଇ ଦେବୋତ୍ତର ଆୟୁକ୍ତଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ, ଉକ୍ତ ଜମିର ମୂଲ୍ୟ ୧୧ କୋଟି ହୋଇଥିବା ବେଳେ ଏହାର ୫୦ ପ୍ରତିଶତ ଲିଜ୍ରେ ଦିଆଯାଇଛି। ମିଳିବାକୁ ଥିବା ସଲାମି ଅର୍ଥକୁ ଟ୍ରଷ୍ଟବୋର୍ଡ ମାଧ୍ୟମରେ ଠାକୁରଙ୍କ ଆକାଉଣ୍ଟରେ ସ୍ଥାୟୀ ଜମା ଆକାରରେ ରଖାଯିବାକୁ ନିର୍ଦେଶ ରହିଛି।
ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିର ବେଆଇନ ହସ୍ତାନ୍ତର ରଦ୍ଦ ଦାବି
ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ
/sambad/media/post_attachments/wp-content/uploads/2019/05/lingaraj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)