ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ପିତ୍ତଳ କବାଟ ରାତି ଅଧରେ ଖୋଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭିତର ପହୁଡ଼ ପଡ଼ିବା ପରେ ବି ରାତି ଅଧ ପର୍ଯ୍ୟନ୍ତ ଖୋଲା ରହୁଛି ସିଂହଦ୍ବାର ପିତ୍ତଳ କବାଟ। ଯାହାକୁ ନେଇ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀ ବସୁଦେବଙ୍କ ଚଳନ୍ତି ପ୍ରତିମାକୁ ଭଣ୍ଡାର ଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ଦେବଦେବୀଙ୍କୁ ବୈତାଳ ମନ୍ଦିରକୁ ନିଆଯାଇଥିଲା। ତେବେ ଠାକୁର ପ୍ରତ୍ୟାବର୍ତନ ପରେ ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ କବାଟ ଖୋଲା ରହିଥିବା ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଖବର ପାଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜଣାଇବା ସହ ମନ୍ଦିର କର୍ମଚାରୀଙ୍କୁ ଜଣାଇଥିଲେ। ପରେ ଏହି କବାଟକୁ ବନ୍ଦ କରିଥିଲେ। ତେବେ ମନ୍ଦିର ଚପରାଶିଙ୍କୁ ଦାୟିତ୍ବ ବଣ୍ଟନ ହୋଇନଥିବାରୁ ଏପରି ହୋଇଥିଲା ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର