ଶ୍ରୀଲିଙ୍ଗରାଜଙ୍କୁ ଶୀତବସ୍ତ୍ର ଲାଗି

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଆଜି ଶୀତବସ୍ତ୍ର ଲାଗି କରାଯାଇଛି। ପରମ୍ପରା ଅନୁଯାୟୀ ଓଢ଼ଣ ଷଷ୍ଠୀ ଉପଲକ୍ଷେ ଆଜି ଏହି ନୀତି କରାଯାଇଛି। ଆସନ୍ତା ମହାଶିବରାତ୍ରି ପୂର୍ବ ଦିନ ପର୍ଯ୍ୟନ୍ତ ଏହି ଓଢ଼ଣ ଠାକୁରଙ୍କ ଉପରେ ରହିବ। ମନ୍ଦିରରେ ଆଜି ଶ୍ରୀଜିଉଙ୍କ ଭୋଗମଣ୍ଡପ ପରେ ଯାତ୍ରା ପୂଜା, ଅଧିବାସ ପୂଜା, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ମହାସ୍ନାନ ଓ ବେଶ ପରେ ଯାତ୍ରାପୂଜା କରାଯାଇଥିଲା। ଏହି ବେଶ ବେଳେ ଧଳା ବସ୍ତ୍ର ଲାଗି କରାଯାଇଥିଲା। ପ୍ରତିବର୍ଷ ମାର୍ଗଶିର ମାସ ଶକ୍ଳପୁକ୍ଷ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ। ଶୀତ ପ୍ରକୋପରୁ ମହାପ୍ରଭୁଙ୍କୁ ରକ୍ଷା କରିବା ପାଇଁ ଶୀତବସ୍ତ୍ର ଲାଗି କରାଯାଇଥାଏ।

ସମ୍ବନ୍ଧିତ ଖବର