ଲୋକାର୍ପିତ ହେଲା ଶ୍ରୀସାହିତ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଦ୍ବାରା ପ୍ରତିଷ୍ଠିତ ‘ଶ୍ରୀସାହିତ୍ୟ’ର ରଥଯାତ୍ରା ବିଶେଷ‌ାଙ୍କ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ବାରା ରାଜଭବନଠାରେ ଲୋକାର୍ପିତ ହୋଇଯାଇଛି। ଏହି ଅବସରରେ ପତ୍ରିକାର ସମ୍ପାଦକ ବରିଷ୍ଠ ସାମ୍ବାଦିକ କୃଷ୍ଣ ନାୟକ ଓ ବିଶିଷ୍ଟ ଶିକ୍ଷାବିତ୍‌ ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ଆକର୍ଷଣୀୟ ପ୍ରଚ୍ଛଦପଟ୍ଟ ସହ ସୁନ୍ଦର ଭାବେ ମୁଦ୍ରିତ ଏହି ପତ୍ରିକା ଓଡ଼ିଆ ସାହିତ୍ୟ ଜଗତରେ ଏକ ବିପ୍ଲବ ସୃଷ୍ଟି କରିଛି। ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ୍‌ ଶ୍ରୀସାହିତ୍ୟର କଳେବରକୁ ଦେଖି ଭାବବିହ୍ବଳ ହୋଇଯାଇଥିଲେ ଓ ଏହାର କିଛି ଧାଡ଼ି ପଢ଼ିଥିଲେ। ତାଙ୍କର ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ଶ୍ରଦ୍ଧା ସମସ୍ତଙ୍କୁ ବିମୋହିତ କରିଥିଲା।

ସମ୍ବନ୍ଧିତ ଖବର