ଜାତୀୟସ୍ତରର ଆବାକସ୍‌ରେ ଶ୍ରେୟା ଚାମ୍ପିଅନ୍‌

ଭୁବନେଶ୍ୱର : ଚେନ୍ନାଇ ଠାରେ ଆୟୋଜିତ ଜାତୀୟସ୍ତରୀୟ ଆବାକସ୍‌ ପ୍ରତିଯୋଗିତା ଗ୍ଲୋବାଲ ଆସୋସିଏସନ ଫର ଜାପାନିଜ୍‌ ସୋରବନ୍‌ ଆଣ୍ଡ ମେଣ୍ଟାଲ ଏରିଥ୍‌ମେଟିକ୍‌ (ଗଜ୍‌ମା)ରେ ପ୍ରଦୀପ ବାରିକ ଓ ସ୍ବପ୍ନା ବାରିକଙ୍କ କନ୍ୟା ଶ୍ରେୟା ବାରିକ ଚାମ୍ପିଅନ୍‌ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ୪ର୍ଥ ଶ୍ରେଣୀର ଏହି ଛାତ୍ରୀ ଆସାନୀ ଏକାଡେମିରେ ପଢ଼ନ୍ତି। ଏଥିପାଇଁ ତାଙ୍କୁ ଏକାଡେମିର ନିର୍ଦ୍ଦେଶିକା ଗୀତାଞ୍ଜଳି ଗୌଡ଼ ଏବଂ ପରିଚାଳନା ନିର୍ଦ୍ଦେଶକ ରବୀନ୍ଦ୍ର ଗୌଡ଼ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର