ବାଲିଅନ୍ତା: ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ‘ଶ୍ରୀ ଜଗନ୍ନାଥ’ ଶୀର୍ଷକ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ରୂପେ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା, ମହାବିଦ୍ୟାଳୟର କାର୍ଯ୍ୟକାରୀ ସମିତି ସଦସ୍ୟା କମଳିନୀ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ରୂପେ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଉପସ୍ଥିତ ଥିଲେ। ପ୍ରଦର୍ଶନୀରେ ସୁବ୍ରତ ମୁଦୁଲି, ସ୍ମୃତିରଞ୍ଜନ ବେହେରା, ବର୍ଷାରାଣୀ ଓଝା, ବୃନ୍ଦାବନ ପଣ୍ଡା, ଗୋବିନ୍ଦ ତ୍ରିପାଠୀ, ସତ୍ୟଶଙ୍କର ଦାସ, ପରାଶର ଲେଙ୍କା, ପ୍ରୀତିନନ୍ଦା ସାହୁ, ପ୍ରୀତି ସୌରଭ ଜେନା, ଲୋକନାଥ ନନ୍ଦ, ଅତୁଲ୍ୟା ଲୋହାର, ଦେବାଶିଷ ବେହେରା, ପ୍ରତୀକ୍ଷା ଷଡ଼ଙ୍ଗୀ, ପ୍ରକାଶ ସାହୁ, ଶୁଭଙ୍କର ରାୟ, ଶୁଭସ୍ମିତା ନାୟକ, ରମ୍ୟ ନିଶାନ୍ତ ଓ ସ୍ବସ୍ତିକା ପ୍ରଧାନ ଚିତ୍ରକଳା ପ୍ରଦର୍ଶନ କରିଥିଲେ। ଅଧ୍ୟାପକ ଭୂପତିଭୂଷଣ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।