ଭୁବନେଶ୍ବର: ଆଜି ସର୍ବଭାରତୀୟସ୍ତରରେ ପରଦାକୁ ଆସୁଛି ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’। ମୁକ୍ତିଲାଭ ପୂର୍ବରୁ ନିର୍ମାତା ନିର୍ଦ୍ଦେଶକଙ୍କ ସମେତ ଏହାର ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ମାନେ ପୁରୀରେ ପହଞ୍ଚିଥିଲେ। ପ୍ରଥମେ ମହୋଦଧିରେ ସ୍ନାନ କରି ଚଳଚ୍ଚିତ୍ର ନିର୍ମାଣରେ ଯଦି କେଉଁଠି କିଛି ଦୋଷତ୍ରୁଟି ଥାଏ, ତେବେ କ୍ଷମା କରି ଦେବାକୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏହାପରେ ପୁରୀର ମେଡିକାଲ ଛକରେ ଆୟୋଜିତ ହୋଇଥିଲା ମୁକ୍ତାକାଶ ସଙ୍ଗୀତ ଲୋକାର୍ପଣ ଉତ୍ସବ। ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଚଳଚ୍ଚିତ୍ରର ସଙ୍ଗୀତ ଲୋକାର୍ପଣ କରିଥିଲେ। 

Advertisment

ସମ୍ମାନିତ ଅତିଥି ଭାବେ ସାଂସଦ ସମ୍ବିତ ପାତ୍ର, ରାଜ୍ୟ ବିଜେପି ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର ଓ ବରିଷ୍ଠ ପ୍ରଯୋଜକ ସଚିକାନ୍ତ ଜେନା ଯୋଗ ଦେଇଥିଲେ। ଚଳଚ୍ଚିତ୍ରର ପ୍ରଯୋଜିକା ତଥା ନିର୍ଦ୍ଦେଶିକା ସୌଭାଗ୍ୟଲଷ୍ମୀ ଜେନା(ବିନି), ଅନ୍ୟତମ ପ୍ରଯୋଜକ ଦିଲୀପ କୁମାର ଜେନା, କାର୍ଯ୍ୟକାରୀ ପ୍ରଯୋଜକ ପ୍ରଣୟ ଜେଠୀ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଜ୍ୟୋତି ରଞ୍ଜନ ନାୟକ, ଅଂଶୁମାନ, ପ୍ରତିଭା ପଣ୍ଡା, ରୁଷି ପଟ୍ଟନାୟକ, ଶମ୍ଭୁନାଥ ଖୁଣ୍ଟିଆ, କାହାଣୀକାର ଶଙ୍କର ତ୍ରିପାଠୀ, ନୃତ୍ୟ ନିର୍ଦ୍ଦେଶକ ବବି ଇସଲାମ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ।