ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶୀଲିଙ୍ଗରାଜ ଆଜି ପଢ଼ୁଅାଁ ହୋଇଛନ୍ତି। ଏଥିପାଇଁ ସନ୍ଧ୍ୟାରେ ଶ୍ରୀ ମୈତ୍ରେଶ୍ୱର ମନ୍ଦିରକୁ ଯାତ୍ରା କରିବା ପରେ ବିଧି ମୁତାବକ ପଢ଼ୁଆଁ ନୀତି ସଂପନ୍ନ ହୋଇଥିଲା। ମନ୍ଦିରରେ ଦ୍ଵିପ୍ରହର ଧୂପ ଓ ଆଳତି କରାଯିବା ପେର ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ସହ ମା’ ପାର୍ବତୀ, ମା ଦୁର୍ଗା, ଶ୍ରୀ ବସୁଦେବଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ନିଆଯାଇଥିଲା। ରାତି ପ୍ରାୟ ୯ଟାରେ ବିଭିନ୍ନ ସେବାୟତଙ୍କ ଗହଣରେ ବଢ଼େଇବାଙ୍କ ଛକ ନିକଟ ମୈତ୍ରେଶ୍ୱରଙ୍କ ପାଖକୁ ଦେବଦେବୀ ଯାତ୍ରା କରିଥିଲେ। ମତ୍ରେଶ୍ୱର ମନ୍ଦିର ନିକଟରେ ବଭିନ୍ନ ଫୁଲ ଓ ରଙ୍ଗୋଲିରେ ଚିତ୍ର ଅଙ୍କନ କରାଯିବା ସହ ଆତସବାଜିରେ ଦେବଦେବୀଙ୍କୁ ସ୍ୱାଗତ କରାଯାଇଥିଲା। ବଡ଼ୁ ସେବାୟତ ଶ୍ରୀଜିଉଙ୍କୁ ମଣେଇବା ପରେ ଦେବଦେବୀଙ୍କୁ ନିଆଯାଇ ଶ୍ରୀମୈତ୍ରେଶ୍ୱର ମନ୍ଦିରର ସମ୍ମୁଖରେ ଥିବା ସିହାଂସନରେ ବସା ଯାଇଥିଲା। ଏହା ପରେ ସେଠାରେ ଥିବା ପାପନାଶିନୀ ପୁଷ୍କରିଣୀର ପାଣିକୁ ସଂସ୍କାର କରାଯାଇ ଦେବଦେବୀଙ୍କୁ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା ସ୍ନାନ କରାଯାଇଥିଲା। ସୁଆର ସେବାୟତଙ୍କ ଦ୍ଵାରା ନୂତନ ବସ୍ତ୍ର ପିନ୍ଧାଯାଇଥିଲା। ପୂଜାପଣ୍ଡା ସେବାୟତ ପଞ୍ଚ ଉପଚାରରେ ଦେବଦେବୀଙ୍କୁ ପୂଜା କରିବା ସହ ମାମୁ ଭଣଜାଙ୍କୁ ମୁଆଁ ଭୋଗ କରାଇ ଭେଟ ଆଳତି କରିଥିଲେ। ଶେଷରେ ଶ୍ରୀଜିଉ ପ୍ରତ୍ୟାବର୍ତନବେଳେ ଶ୍ରୀଲିଙ୍ଗରାଜଙ୍କ ମାଇଁ କପାଳି ଠାକୁରାଣୀଙ୍କ ପଖରେ ଭେଟ-ଆଳତି ମଧ୍ୟ କରାଯାଇଥିଲା। ଏହାପରେ ଦେବଦେବୀ ମନ୍ଦିରକୁ ଫେରିଥିଲେ। ଏହାକୁ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେହିପରି ଶ୍ରୀ କପିଳନାଥ ମଧ୍ୟ ଆଜି ପଢ଼ୁଅାଁ ହୋଇଛନ୍ତି। ସ୍ଥାନୀୟ କୈବର୍ତ୍ତ ସାହି ଛକ ନିକଟରେ ଥିବା ଶ୍ରୀଝୁଣ୍ଟୁକେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ନୂଆ ବସ୍ତ୍ର ଯାଇଥିଲା। ଆଜି କପିଳନାଥଙ୍କ ସ୍ନାନ ପରେ ବିଧି ମୁତାବକ ଏହି ନୂତନ ବସ୍ତ୍ର ଲାଗି କରାଇଥିଲେ।
ପଢ଼ୁଅାଁ ହେଲେ ଶ୍ରୀଲିଙ୍ଗରାଜ
/sambad/media/post_attachments/wp-content/uploads/2017/11/lingaraj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)