ଭୁବନେଶ୍ବର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟର ଆଇଏମ୍ବିଏ ବିଭାଗ ଆନୁକୂଲ୍ୟରେ +୨ ଶେଷ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା ‘କ୍ରସ୍ ଫାୟାର ଜୁନିୟର - ୨୦୧୮’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୧ଟି ସରକାରୀ, ବେସରକାରୀ ଏବ˚ ସ୍ବୟ˚ଶାସିତ କଲେଜରୁ ୨୫୦ଜଣ ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ ଭାଗରେ ଦୁଇ ଜଣିଆ ଗ୍ରୁପ୍ରେ ଲିଖିତ ପରୀକ୍ଷା ହୋଇଥିଲା। ଏଥିରୁ ୬ଟି ଟିମ୍ ଯଥା ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲ, ଏଫ୍ଏମ୍ ଜୁନିଅର କଲେଜ, ଆଇଜି ଓମେନ୍ସ ଜୁନିଅର କଲେଜ ଏବ˚ ବିଜେବି ଜୁନିଅର କଲେଜର ତିନିଟି ଟିମ୍ ଅନ୍ତିମ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଏଫ୍ଏମ୍ ଜୁନିଅର କଲେଜର ଦିବ୍ୟମାନସ ଜେନା ଏବ˚ ଶିବମ୍ ପାଢ଼ୀ ଚାମ୍ପିଅନ ହୋଇଥିଲେ। ଡିଏଭି, ଚନ୍ଦ୍ରଶେଖରପୁରର ପ୍ରତ୍ୟାଦିଷ୍ଠ ପରିଡ଼ା ଏବ˚ ଆକାଶ କୁମାର ନାଥ ପ୍ରଥମ ରନର୍ସ ଅପ୍ ହୋଇଥିଲେ। ବିଶିଷ୍ଟ ଗୀତିକାର, ସଂଳାପ ଲେଖକ ତଥା ଦେବରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ରଜନୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଚାମ୍ପିଅନ ଦଳକୁ ମାନପତ୍ର ସହ ୨୫ ହଜାର ଟଙ୍କାର ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ଜିଡି ମିଶ୍ର ଉଦ୍ଘାଟନ କରିଥିଲେ। କୁଇଜ୍ ମାଷ୍ଟର ଅମିତ ତ୍ରିପାଠୀ ଏହି କୁଇଜ୍ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଆଇଏମ୍ବିଏର ପ୍ରଥମ, ଦ୍ବିତୀୟ ଏବ˚ ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚଳନାରେ ସକ୍ରିୟ ଅ˚ଶଗ୍ରହଣ କରିଥିଲେ। ଅନୁଷ୍ଠାନ ତରଫରୁ ପ୍ରଫେସର ସୁନିଲ୍ ମିଶ୍ର, ପ୍ରଫେସର ପର୍ଶୁରାମ ମିଶ୍ର, ପ୍ରକାଶ ଚନ୍ଦ୍ର ନାୟକ, ଜିତେନ୍ଦୁ ନନ୍ଦ, ଧର୍ମ କୁମାର ରାଉତ, ପ୍ରଫେସର ନିର୍ମଳ ରାଉତରା, ପ୍ରଫେସର ସୌମ୍ୟରଞ୍ଜନ ରାୟ ଚୌଧୁରୀ, ସୁଚେତା ପଟ୍ଟନାୟକ ଏବ˚ କୁମାରୀ ଭାନୁଶ୍ରୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୃଷ୍ଟି ଏକାଡେମିରେ ରାଜ୍ୟସ୍ତରୀୟ କୁଇଜ୍ ପ୍ରତିଯୋଗିତା, ଏଫ୍ଏମ୍ ଜୁନିଅର କଲେଜ ଚାମ୍ପିଅନ
/sambad/media/post_attachments/wp-content/uploads/2018/12/Untitled-14-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)