ଶୁକଶାରି ମନ୍ଦିର ଖନନ, ମିଳିଲା ଦ୍ବାରବନ୍ଧ ଓ ପାର୍ଶ୍ବ ନର୍ତ୍ତକୀ

ପୁରୁଣା ଭୁବନେଶ୍ୱର: ମାଟି ତଳେ ପୋତି ହୋଇ ରହିଥିବା ଶୁକଶାରି ମନ୍ଦିର ପରିସରସ୍ଥ ଚଟାଣ ପାର୍ଶ୍ବ ଖନନ ଚାଲୁ ରହିଛି। ଦିନକୁ ଦିନ କିଛି ନା କିଛି ଭଗ୍ନାବ‌‌େଶେଷ ମାଟି ତଳୁ ବାହାରୁଛି। ‌ଆଜି ମାଟି ଭିତରୁ ଦ୍ବାରବନ୍ଧକୁ ବାହାର କରାଯାଇଛି। ତେବେ ଦ୍ବାରବନ୍ଧର ଦୁଇ ପାର୍ଶ୍ବରେ ଥିବା ନର୍ତ୍ତକୀ ମୂର୍ତି ମାଟି ଭିତରେ ଥିବା ଦେଖିବାକୁ ମିଳିଛି। ପରେ ତାହାକୁ ବାହାର କରାଯିବ। ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ମନ୍ଦିର ସମ୍ମୁଖ ଚଟାଣକୁ ଭାଙ୍ଗି ଡ୍ରେନ୍‌ ଯାଇଥିବା ଘଟଣା ପଦାକୁ ଆସିଥିଲା। ଏବେ ସିଂହଦ୍ବାର ସମ୍ମୁଖ ମାଟି ବାହାର କରାଯିବା ପରେ ଦ୍ବାରବନ୍ଧ ମିଳିଲା। ଏହା ପ୍ରାୟ ଏକ ଫୁଟ୍ ଗଭୀର ପର୍ଯ୍ୟନ୍ତ ପୋତି ହୋଇଥିଲା। ଶୁକଶାରି ମନ୍ଦିର ସମ୍ମୁଖରେ ଯାଇଥିବା ରାସ୍ତା ମଝିରେ ସାଢ଼େ ୪ ଫୁଟ୍ ଖୋଳାଯାଇଛି। ଏନେଇ ଏଏସ୍ଆଇ ମଣ୍ଡଳ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି ଯେ ଏଏସ୍ଆଇ ପକ୍ଷରୁ ସାଇଣ୍ଟିଫିକ୍ କ୍ଲିନନେସ୍ ବେଳେ ଦ୍ବାରବନ୍ଧ ସହ ଦୁଇ ପାର୍ଶ୍ବର ନର୍ତ୍ତକୀ ମୂର୍ତି ବାହାରିଛି।

ସମ୍ବନ୍ଧିତ ଖବର