ଆସ୍ଥା ସ୍କୁଲ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ପକ୍ଷରୁ ସଟଲ ସ୍ମାସର୍ସ

ଭୁବନେଶ୍ବର : ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଅନ୍ତଃ ବିଜିନେସ୍ ସ୍କୁଲ ଓପନ ଡୋର ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ସଟଲ ସ୍ମାସର୍ସ ଉଦ୍‌ଘାଟିତ ହୋଇଯାଇଛି। ପଞ୍ଚମୁଖୀ ଏଜୁକେସନାଲ୍‌ ଏବଂ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ବିଜୟ କୁମାର ପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ। ଖେଳକୁଦ ଜଣେ ଛାତ୍ରର ମାନସିକ ଓ ଶାରୀରିକ ଗଠନ ଦିଗରେ ଏକାନ୍ତ ଜରୁରୀ ବୋଲି ଶ୍ରୀ ପାତ୍ର କହିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଊର୍ଧ୍ବ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଦୁଇଦିନ ବ୍ୟାପୀ ହୋଇଥିବା ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ଡବଲ୍‌ସରେ ୮୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ବ୍ୟତିତ କର୍ପୋରେଟ କ୍ଷେତ୍ରରୁ ୨୫ରୁ ଅଧିକ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରାରମ୍ଭରେ କର୍ପୋରେଟ୍‌ ଆଫାୟାର୍ସର ନିର୍ଦେଶକ ତ୍ରିଲୋଚନ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସଂପାଦକ ବଙ୍କିମ ମହାନ୍ତି ପ୍ରତିଯୋଗିତା ଆୟୋଜନର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ଅଧ୍ୟକ୍ଷା ପ୍ରଫେସର ଶର୍ମିଲା ସୁବ୍ରମନିୟମ ଧନ୍ୟବାଦ ଦେଇଥିଲେ। ପ୍ରଫେସର ନନ୍ଦିତା ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର