ଶ୍ୟାମାମଣିଙ୍କୁ ସମ୍ବର୍ଦ୍ଧିତ କଲା ‘ପିପୁଲ୍ସ ଫୋରମ୍‌’

ଖଣ୍ଡଗିରି: ସେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ୍‌’ ଓ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ହୋଟେଲ ତାଜ୍‌ ଭିଭାନ୍ତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ, ପ୍ରଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ମୁଖ୍ୟ ଦୀପ୍ତି ମିଶ୍ର ଯୋଗ ଦେଇଥିଲେ।

ଅନ୍ନପୂର୍ଣ୍ଣା ଫାଇନାନ୍‌ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶଳ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଗାୟିକା କଶ୍ୟପ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ପଦ୍ମଜା ମିଶ୍ର ଓ ଭାରତୀୟ ସେନାର ଅବସରପ୍ରାପ୍ତ ଲେପ୍ଟନାଣ୍ଟ କର୍ଣ୍ଣେଲ୍‌ ସୋନାଲି ରଥ, ସିନେ ତାରକା ପ୍ରିୟା ଚୌଧୁରୀ, ଏଲିନା ସାମନ୍ତରାୟ, ରିୟା ଦେ, ଶୀତଲ୍‌ ପାତ୍ର, ପୁନମ୍‌ ମିଶ୍ର ଏବଂ ମାଷ୍ଟର ସେଫ୍ ସିଜନ -୬ ରେ କୃତିତ୍ବ ଅର୍ଜନ କରିଥିବା ସ୍ମୃତି ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନର ସହଯୋଗୀମାନଙ୍କ ଦ୍ବାରା ଭାରତର କାରିଗରୀ ହସ୍ତତନ୍ତ ଉତ୍ପାଦନ ସମ୍ବନ୍ଧିତ ଏକ ଫ୍ୟାସନ୍‌ ସୋ’ ଆୟୋଜିତ ହୋଇଥିଲା ଓ ପତ୍ରିକା ‘ଅଗ୍ନିକା’ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର