ଯୁବତୀଙ୍କୁ ଏସ୍‌ଆଇଙ୍କ ଦୁଷ୍କର୍ମ ମାମଲା : ଏଫ୍‌ଆଇଆର୍‌ ଖାରଜ ପାଇଁ ହାଇକୋର୍ଟରେ ଆବେଦନ

ଭୁବନେଶ୍ବର : ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା କ୍ୟାପିଟାଲ୍‌ ଥାନାର ତତ୍‌କାଳୀନ ଏସ୍‌ଆଇ ରାକେଶ ସାମଲ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯୁବତୀଙ୍କ ଏଫ୍‌ଆଇଆର୍‌ ଖାରଜ କରିବାକୁ ସେ ଉଚ୍ଚ ଅଦାଲତଙ୍କୁ ଆବେଦନ କରିଛନ୍ତି। ଆବେଦନକୁ ବିଚାର କରି ହାଇକୋର୍ଟ ଭୁବନେଶ୍ବର ଡିସିପିଙ୍କୁ ଏସ୍‌ଆଇ ରାକେଶଙ୍କ ଆପରାଧିକ ମାମଲାର ବିବରଣୀ ଓ କେସ୍‌ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୫ ଦିନ ଭିତରେ ଏହି ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଥିବାରୁ ମହିଳା ଥାନା ପକ୍ଷରୁ ସବୁ ତଥ୍ୟ ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ ରାକେଶ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ। କିନ୍ତୁ ପୀଡ଼ିତା ଗର୍ଭବତୀ ହେବା ପରେ ରାକେଶ ବନ୍ଧୁକ ମୁନରେ ଧମକାଇ ତାଙ୍କ ଗର୍ଭପାତ କରାଇଥିଲେ। ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିବା ପରେ କ୍ୟାପିଟାଲ ଥାନାରେ ଆପୋସ ସମାଧାନ ହୋଇଥିଲା। ରାକେଶ ୧୫ ଦିନ ମଧ୍ୟରେ ଯୁବତୀଙ୍କୁ ବିବାହ କରିବାକୁ ସମ୍ମତି ଜଣାଇ ଫେରାର ହୋଇଯାଇଥିଲେ। ତେଣୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ସେ ଆଗୁଆ ହାଇକୋର୍ଟରୁ ସୁରକ୍ଷା ପାଇବାରୁ ତାଙ୍କୁ ଗିରଫ କରାଯାଇପାରିନଥିଲା।

ସମ୍ବନ୍ଧିତ ଖବର