ଭୁବନେଶ୍ବର: ଶ୍ରମ ଓ ସାଧନାର ବିକଳ୍ପ ନାହିଁ। ତେଣୁ ସଫଳ ହେବା ପାଇଁ ଗଳା ବାଟ ନ ଖୋଜି ପରିଶ୍ରମ କର। ଚରିତ୍ର, ଆତ୍ମବିଶ୍ବାସ, ସାହସ ଓ ଆହ୍ବାନକୁ ସାମ୍ନା କରି ଆଗକୁ ବଢ଼ିଲେ ତୁମେମାନେ ସଫଳତାକୁ ସ୍ପର୍ଶ କରିପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ‘ନାଲ୍କୋ’ର ସିଏମ୍ଡି ଶ୍ରୀଧର ପାତ୍ର। ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସ୍ବାମୀ ଚିଦାନନ୍ଦ ଯୋଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଗଛ ଓ ଜୋତା ଗପ ଶୁଣାଇ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ଏହି ଅବସରରେ ପିଏନ୍ଭି ଗ୍ରୁପ୍ର ନିର୍ଦେଶକ ସତ୍ୟବ୍ରତ ରଥ ଓ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଶିକ୍ଷାନୁଷ୍ଠାନରେ ସଂସ୍କାର, ଚରିତ୍ର ନିର୍ମାଣକୁ ଅଧିକ ଗୁରୁତ୍ବ ଦିଆଯାଉ ଥିବାରୁ ପ୍ରଶଂସା କରିଥିଲେ। ଏଥିସହ ଦେଶର ଉନ୍ନତି ଓ ସ୍ବଚ୍ଛ ପରିବେଶ ପ୍ରତି ଅଧିକ ଗୁରୁତ୍ବ ଦେବା ପାଇଁ ଅତିଥି ଦ୍ବୟ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ସ୍ବାମୀ ଶିବଚିଦାନନ୍ଦ ସରସ୍ବତୀ ବକ୍ତବ୍ୟ ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପରିଚାଳନା କମିଟିର ସଦସ୍ୟ ଏସ୍.ଏନ୍ ତ୍ରିପାଠୀ, ରାଜୀବ ଶେଖର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅଭିନେତା ସବ୍ୟସାଚୀ ମିଶ୍ର ପିଲାମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସହ ଖୁସି ମଜା କରିଥିଲେ। ଶେଷରେ ସ୍କୁଲ୍ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶିବାନନ୍ଦ ସ୍କୁଲ୍ରେ ପ୍ରେରଣାଦାୟୀ କାର୍ଯ୍ୟକ୍ରମ: ଶ୍ରମ ଓ ସାଧନା ସଫଳତା ଦିଏ
/sambad/media/post_attachments/wp-content/uploads/2019/12/65cg4jhg5d64jh5d6g4j5d6gj4dgjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)