ଧାରାବାହିକରେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ବର: ମେଗା ଧାରାବାହିକରେ ଅଭିନୟ କରୁଛନ୍ତି ସିଦ୍ଧାନ୍ତ ମହାପାତ୍ର। ଏକଦା ‘ଚୋରାବାଲି’ ଧାରାବାହିକରେ ଅଭିନୟ କରି ମନ ଜିଣିଥିବା ସିଦ୍ଧାନ୍ତଙ୍କୁ ଢେର୍‌ ବର୍ଷ ପରେ ଜୀ-ସାର୍ଥକ ଓ ଅକ୍ଷୟ ପରିଜା ପ୍ରଡକ୍ସନ୍‌ ପକ୍ଷରୁ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଥିବା ଧାରାବାହିକ ‘କେମିତି କହିବି କହ’ରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ସୁପ୍ରିୟା। ଏହାବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ କିଛି ତାରକାଙ୍କୁ ମଧ୍ୟ ଏହି ଧାରାବାହିକରେ ଦେଖିବାକୁ ମିଳିବ। ପ୍ରଥମକରି ଏହି ଧାରାବାହିକରେ ଏକ ହେଲିକପ୍ଟରର ବ୍ୟବହାର କରାଯାଇଛି।

ଓଡ଼ିଆ ସିନେମାର ଜଣାଶୁଣା ନିର୍ଦେଶକ ସୁଶାନ୍ତ ମଣି ଏହି ଧାରାବାହିକର ନିର୍ଦେଶନା ଦେଉଛନ୍ତି। ସଂଗୀତ ନିର୍ଦେଶନା ଦେଉଛନ୍ତି ଗୁଡଲି ରଥ। କ୍ୟାମେରା ପରିଚାଳନା କରୁଛନ୍ତି ସୀତାଂଶୁ ମହାପାତ୍ର। ସିଦ୍ଧାନ୍ତ କହିଛନ୍ତି ସିନେମା ହେଉ କି ଧାରାବାହିକ; ସବୁବେଳେ ପରୀକ୍ଷା ନିରୀକ୍ଷା ଜାରି ରଖିବା ଉଚିତ। ଦର୍ଶକଙ୍କୁ ଆକୃଷ୍ଟ କରିବା ଓ ବ୍ୟାବସାୟିକ ସଫଳତା ଲାଗି ଏହା ନିତାନ୍ତ ଜରୁରି। ଦର୍ଶକ ତାଙ୍କୁ ଚଳଚ୍ଚିତ୍ରରେ ଯେପରି ପସନ୍ଦ କରିଛନ୍ତି, ଧାରାବାହିକରେ ମଧ୍ୟ ସେଇ ଭଲ ପାଇବା ଦେବେ ବୋଲି ଆଶା କରିଛନ୍ତି।

ସମ୍ବନ୍ଧିତ ଖବର