ଭୁବନେଶ୍ବର: ଆମେରିକାର ସିଲିକନ୍ ଭ୍ୟାଲିରେ ଅବସ୍ଥାପିତ ତଥା ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କୁ ବିଧାନସଭା ପ୍ରକୋଷ୍ଠରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ ସିଦ୍ଧାର୍ଥ ପର୍ବତାରୋହଣ ସଂପର୍କରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କର ପରବର୍ତୀ ପର୍ବତାରୋହଣ ନେଇ ଶୁଭେଚ୍ଛା ଜଣାଇଛନ୍ତି। ଏହି ବୈଠକରେ ବିଧାୟକ ସୁରେଶ ରାଉତରାୟ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।
ଉଲ୍ଲେଖ ଯେ ସିଦ୍ଧାର୍ଥ ବର୍ତମାନ ସୁଦ୍ଧା ୩ଟି ମହାଦେଶର ୩ଟି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଏଥିରେ ଉତ୍ତର ଆମେରିକାର ମାଉଣ୍ଟ ଡେନାଲି, ଦକ୍ଷିଣ ଆମେରିକାର ମାଉଣ୍ଟ ଆକନକାଗୁଆ ଓ ଆଫ୍ରିକାର ମାଉଣ୍ଟ କିଲିମଞ୍ଜାରୋ ରହିଛି। ଆଗାମୀ ଦିନରେ ବିଶ୍ବର ୭ଟି ମହାଦେଶର ପର୍ବାତାରୋହଣରେ ଅଂଶଗ୍ରହଣ କରିବା ସହିତ ଭାରତୀୟ ପତାକା ଓ ଶ୍ରୀଜଗନ୍ନାଥଙ୍କ ବାନା ଉଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/35-12.jpg)