ଭୁବନେଶ୍ବର: ରେଡ୍ ଏଫ୍ଏମ୍ ୯୩.୫ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଛି ରେଡ୍ ଲାଇଭ୍ ବଲିଉଡ୍ ସିଙ୍ଗର କନ୍ସର୍ଟ -ମଲାଙ୍ଗ୍ ଶନିବାର ଉଇଥ୍ ସିଦ୍ଧାର୍ଥ ମହାଦେବନ୍। ସିଦ୍ଧାର୍ଥଙ୍କ କଣ୍ଠରେ ହିନ୍ଦୀ ଫିଲ୍ମର ଲୋକପ୍ରିୟ ଗୀତକୁ ନେଇ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ମେରେ ରସ୍କେ କମର..., ଜିନ୍ଦା ହୁଁ ମେଁ..., ଦମ୍ମାରୋ ଦମ୍..., ହମ୍ମା ହମ୍ମା... ପ୍ରଭୃତି ଗୀତ ଉପସ୍ଥିତ ଶ୍ରୋତାଙ୍କ ଭରପୂର ମନୋରଂଜନ କରିଥିଲା। ତାଙ୍କ ସହିତ ଆସିଥିବା ଗାୟିକାଙ୍କ କଣ୍ଠରେ ବେଁ ରଙ୍ଗ ସରବତୋ କା..., ଲୈଲା ହୁଁ ଲୈଲା... ଗୀତକୁ ମଧ୍ୟ ଦର୍ଶକ ପସନ୍ଦ କରିଛନ୍ତି। କାର୍ଯ୍ୟକ୍ରମକୁ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍ଘାଟନ କରିଥିବା ବେଳେ ରେଡ୍ ଏଫ୍ଏମ୍ ୯୩.୫ ମୁଖ୍ୟ ମାନସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସିଦ୍ଧାର୍ଥ ମହାଦେବନ୍ଙ୍କ ଗୀତରେ କମ୍ପିଲା ଉତ୍କଳ ମଣ୍ଡପ
/sambad/media/post_attachments/wp-content/uploads/2018/12/Untitled-18-21.jpg)