ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଜାଗୁଳାଇ

ଜଟଣୀ: କୁଦିଆରୀ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତି ପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବର ଆଜି ନବମୀ ତିଥି ସନ୍ଧ୍ୟାରେ ମା’ ଜାଗୁଳାଇ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟାରେ ମହାସ୍ନାନ କରାଯାଇ ଚିତ୍ରକର ବିଜୟ କୁମାର ପଣ୍ଡା ଦ୍ୱାରା ମା’ଙ୍କୁ ବେଶ କରାଯାଇଥିଲା। ଆଜି ୯ଜଣ କୁମାରୀଙ୍କୁ ମା’ଙ୍କ ୯ଟି ସ୍ବରୂପରେ ବେଶ କରାଯାଇ ଯଜ୍ଞ ମଣ୍ଡପରେ ପୂଜା କରାଯାଇଥିଲା।

ପ୍ରଥମେ ଅଭିରାମ କର ଓ ସ୍ୱର୍ଣ୍ଣଲତା କର କର୍ତ୍ତା‌ ଭାବେ ପୂଜା କରିଥିଲେ। ପରେ ଅନ୍ୟ ବ୍ରତଧାରୀ ପୂଜା କଲା ପରେ ଅନ୍ୟାନ୍ୟ ଶ୍ରଦ୍ଧାଳୁମାନେ ବନ୍ଦାପନା ସହ ପୂଜି ଥିଲେ। ଷୋଡ଼ଶ ଉପଚାର ପୂଜା, ସପ୍ତସତୀ ଚଣ୍ଡୀପାଠ ଓ ଯଜ୍ଞ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। କୁମାରୀ ପୂଜା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥିଲେ। ଆସନ୍ତାକାଲି ଦଶମୀ କ୍ଷୟ ରହୁଥିବାରୁ ବିଶ୍ରାମ ଦିବସ ଭାବେ ପାଳନ କରାଯିବ। ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜୟା ଦଶମୀରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କରାଯିବ ବୋଲି ମୁଖ୍ୟ ସେବକ ମନୋରଞ୍ଜନ ପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧିତ ଖବର