ସାଇନିଂ କ୍ୟାଲେଣ୍ଡର୍ ଉନ୍ମୋଚିତ

ଭୁବନେଶ୍ୱର: ସାଇନିଂ ଗ୍ରୁପ୍ ଅଫ୍ କମ୍ପାନି ଓ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ମିଳିତ ସହଯୋଗରେ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ବଛାବଛା ୧୬ଜଣ ମଡେଲଙ୍କୁ ନେଇ ସାଇନିଂ କ୍ୟାଲେଣ୍ଡର୍ ଉନ୍ମୋଚିତ ହୋଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଏବଂ ମଡେଲମାନଙ୍କ ଉପସ୍ଥିତିରେ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା।

ଅତିଥି ଭାବେ ମଲ୍‌ର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ, ଫ୍ୟାସନ ଫଟୋଗ୍ରାଫର ଏବଂ ଉଦ୍ୟୋଗୀ କୁଶନ କୁମାର, ଅଭିନେତା ତଥା କଣ୍ଠଶିଳ୍ପୀ ସୋହମ ସିଂ, ଦି ଟ୍ରାଇଟୋନ୍ ଏକାଡେମିର ପ୍ରିନ୍ସିପାଲ ପ୍ରିୟଦର୍ଶିନୀ ମିଶ୍ର, ସାଇନିଂ ଗ୍ରୁପ୍ ଅଫ୍ କମ୍ପାନିର ନିର୍ଦ୍ଦେଶକ ପୱନ କୁମାର ଏବଂ ଡିଜାଇନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଜୁରି ଭାବେ ଲୋପାମୁଦ୍ରା ନାୟକ, ସାଞ୍ଜ ଶୁଭସ୍ମିତା, ସୋନାଲି, ସ୍ଥିତିପ୍ରଜ୍ଞା, ଅମ୍ରିତା ସାବତ, ସୁଦୀପ୍ତ ବାସ୍ତବ ଲେଙ୍କା, ପୱନ କୁମାର, ମଧୁସ୍ମିତା ପଣ୍ଡା, ତୁଷାରକାନ୍ତ ସ୍ୱାଇଁ, ପିକୋନ୍ ବିଶ୍ୱାଳ ପ୍ରମୁଖ କ୍ୟାଲେଣ୍ଡର ପାଇଁ ଟପ୍ ୧୬ ମଡେଲ ଚୟନ କରିଥିଲେ। ସୋନାଲି ମିଶ୍ର ଏବଂ ଶିବାନୀ ଶିବି ମଡେଲଙ୍କ ମେକ୍‌ଅପ୍ କରିଥିବା ବେଳେ ଦେବ ମହାନ୍ତି, ତୁଷାରକାନ୍ତ ସ୍ୱାଇଁ, ବାଦଲ ସ୍ୱାଇଁ, ସୌମ୍ୟରଞ୍ଜନ ବିଶ୍ୱାଳ ଓ ଜୋଡନ୍ ପ୍ରମୁଖ ଫଟୋସୁଟ୍ କରିଥିଲେ। ସ୍ଥିତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର