ଶିଖା ଗାୟତ୍ରୀ ହେଲେ ମିସେସ୍‌ ଇଣ୍ଡିଆ କୁଇନ୍‌ ଅଫ୍‌ ହାର୍ଟସ୍‌

ଭୁବନେଶ୍ବର: ଭୁବନେଶ୍ବରର ଶିଖା ଗାୟତ୍ରୀ ପିନ୍ଧିଛନ୍ତି ମିସେସ୍‌ ଇଣ୍ଡିଆ କୁଇନ୍‌ ଅଫ୍‌ ହାର୍ଟସ୍‌ ମୁକୁଟ। ନୂଆଦିଲ୍ଲୀ ହୋଟେଲ କ୍ରାଉନ୍‌ ପ୍ଲାଜାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୨୩ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଏଥିସହ ଚଳିତ ବର୍ଷରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟବିବେଚିତ ହୋଇଛନ୍ତି। ରାଜ୍ୟସ୍ତରରେ ଆୟୋଜିତ ମିସେସ୍‌ ଓଡ଼ିଶା ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ବିବେଚିତ ହୋଇ ଜାତୀୟସ୍ତରରେ ଭାଗ ନେବା ପାଇଁ ସୁଯୋଗ ପାଇଥିଲେ।

ଶିଖା ବୃତ୍ତିରେ ଭୁବନେଶ୍ବରରେ ଜଣେ ବ୍ୟାଙ୍କ୍‌ କର୍ମଚାରୀ। ବିୟୁଟି କଣ୍ଟେଷ୍ଟ ପ୍ରତି ତାଙ୍କର ବିବାହ ପୂର୍ବରୁ ଆଗ୍ରହ ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା। କଳାଞ୍ଜଳି ଆର୍ଟିଷ୍ଟେରି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେଉଥିବା ଏଭଳି ଏକ ପ୍ରତିଯୋଗିତା ଉପରେ ତାଙ୍କର ନଜର ପଡ଼ିବା ପରେ ସେ ଭାଗ ନେଇଥିଲେ। ଏଥିରେ ତିନୋଟି କାଟାଗୋରି‌ରେ ଶତାଧିକ ମହିଳା, ଯୁବତୀ ଭାଗ ନେଇଥିଲେ। ମିସେସ୍‌ ଓଡ଼ିଶା ପ୍ରତିଯୋଗିତାରେ ତାଙ୍କୁ ସଫଳତା ମିଳିଥିଲା।

ସମ୍ବନ୍ଧିତ ଖବର