ଭୁବନେଶ୍ୱର : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିଠାରେ ଆସନ୍ତା ୨୩ ତାରିଖ ସକାଳ ସାଢ଼େ ୧୦ଟାରେ ଶିଳାଲିପି ସାହିତ୍ୟ ସଂସ୍କୃତି ମଞ୍ଚର ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ ସମାରୋହ-୨୦୧୮ ପାଳିତ ହେବ। ଉକ୍ତ ଉତ୍ସବରେ ଅନୁଷ୍ଠାନ ଦ୍ୱାରା କବି ଅଶୋକ ସିଂ ଶିଳାଲିପି ପୁରସ୍କାର ଜିଲ୍ଲାର ବିଶିଷ୍ଟ କବି ଓ ପ୍ରଶାସକ ପ୍ରଦୀପ ବିଶ୍ୱାଳଙ୍କୁ ପୁରସ୍କୃତ କରାଯିବ। ସମାଜସେବା ପାଇଁ ସାମ୍ବାଦିକ ଓ ସଂଗଠକ ବିରୁପାକ୍ଷ ତ୍ରିପାଠୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ଦେବେନ୍ଦ୍ର ନାଥ ପାଢ଼ୀ ସ୍ମୃତି ସମ୍ମାନ, ଜିଲ୍ଲାର ବିଶିଷ୍ଟ ଶିଶୁ ସାହିତ୍ୟିକ ଅଧ୍ୟାପକ ଗଣେଶ୍ୱର ସ୍ୱାଇଁଙ୍କୁ ଗୀତିକାର ବୀରେନ୍ଦ୍ର ଭୂୟାଁ ସ୍ମୃତି ସମ୍ମାନ ଓ ଲେଖକ ବସନ୍ତ ସାମଲ ସ୍ମୃତି ସମ୍ମାନରେ ବରିଷ୍ଠ ସାହିତ୍ୟିକ ଡ.ରୁଦ୍ରନାରାୟଣ ପୃଷ୍ଟିଙ୍କୁ ସମ୍ବର୍ଧିତ କରାଯିବ ତଥା ଗାୟକ କୋକିଳ ପ୍ରଭାକର ଶତପଥୀ ସ୍ମୃତି ସମ୍ମାନ ସଂଗୀତଜ୍ଞ ନୀଳମଣି ଓଝାଙ୍କୁ ପ୍ରଦାନ କରାଯିବ। ଉତ୍ସବରେ ଉଦ୍ଘାଟକ ଭାବେ ବିଶିଷ୍ଟ ଗାଳ୍ପିକ ଅଚ୍ୟୁତାନନ୍ଦ ପତି, ମୁଖ୍ୟ ଅତିଥିଭାବେ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ପ୍ରମୋଦ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଡ. ଚିତ୍ତରଞ୍ଜନ ଭୋଇ ଓ ସାହିତ୍ୟିକା ବନ୍ଦନା ମିଶ୍ର ଯୋଗ ଦେବେ।
ଶିଳାଲିପି ପୁରସ୍କାର ଓ ପ୍ରତିଭା ସମ୍ମାନ ସମାରୋହ ୨୩ରେ
/sambad/media/post_attachments/wp-content/uploads/2018/01/award-1.jpg)