ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ଆଜି ମୁହଁରେ କଳାପଟି ବାନ୍ଧି ମୌନ ପ୍ରତିବାଦ କରାଯାଇଛି। ସୈନିକ ସ୍କୁଲ ପାଚେରିକୁ ଲାଗି ଥିବା ଗାଡ଼କଣ ଅଳିଆଗଦା ବିନା କୌଣସି ପରିବେଶ ମଞ୍ଜୁରୀରେ ଗତ ୧୮ ବର୍ଷ ହେଲା ଚାଲୁରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲା ଉପରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ରାଜ୍ୟ ସରକାର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଲୟ, ରାଜ୍ୟ ପ୍ରଦୂଷଣ ବୋର୍ଡ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ମହାନଗର ନିଗମଙ୍କୁ ସତ୍ୟପାଠ ମାଧ୍ୟମରେ ଜବାବ ମାଗିଛନ୍ତି। ଭୁବନେଶ୍ୱର ଉନ୍ନୟନ ପରିଷଦ ତରଫରୁ ଏହାର ସଭାପତି ବାସୁଦେବ ଭଟ୍ଟଙ୍କ ଦ୍ୱାରା ଆଗତ ଏହି ମାମଲାରେ ଉତ୍ତର ପାଇଁ ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ସମୟ ଧାର୍ଯ୍ୟ କରିଛନ୍ତି।
ବେଆଇନ ଭାବେ ଚାଲିଥିବା ଏହି ଅଳିଆଗଦାକୁ ସରକାର ଅସ୍ଥାୟୀ ଆବର୍ଜନା ପରିଚାଳନା କେନ୍ଦ୍ର ନାମ ଦେଇ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି ବୋଲି ଅଭିଯୋଗ କରି ଅଭିଯାନ ପକ୍ଷରୁ ନିରବ ପ୍ରତିବାଦ କରାଯାଇଛି।l ଆଗକୁ ଲଢେଇ ଆହୁରି ଜୋରଦାର ହେବ ବୋଲି ଆଜି ପ୍ରତିବାଦରେ ଯୋଗ ଦେଇ ଅଭିଯାନ ଆବାହକ ଭିକ୍ଷାକାରୀ ତ୍ରିପାଠୀ, ବାସୁଦେବ ଭଟ୍ଟ, ଅଶୋକ ପାଇକରାୟ, ପ୍ରସନ୍ନ ବିଷୋୟୀ, ଚିନ୍ତାମଣି ବାରିକ, ନିରୁପମା ପାତ୍ର, ଶଙ୍କର୍ଷଣ ବାରିକ, ଦିଲୀପ ଦାଶସର୍ମା, ସତ୍ୟ ମହାନ୍ତି, ପ୍ରୀତିଶ ବାସା, ସୁବ୍ରତ ସାହୁ, ସଞ୍ଜୟ ମଲ୍ଲିକ, ଆଶୁତୋଷ ମିଶ୍ର, ଗୋବିନ୍ଦ ବେହେରା, ଗୋବର୍ଦ୍ଧନ ଷଡ଼ଙ୍ଗୀ, ନିରଞ୍ଜନ ସାହୁ, ଧରଣୀଧର ରାଉତ, ପ୍ରତାପ କୁମାର ନନ୍ଦ, ନିମାଇଁ ଚରଣ ଦାସ, ଶୀତଳ ଚନ୍ଦ୍ର ମହାନ୍ତି, ଶଶିଭୂଷଣ ଦାସ, ମହେଶ୍ୱର ବିଶ୍ୱାଳ, ରାମଚନ୍ଦ୍ର ସାମଲ, ନବ କିଶୋର ବେଉରା ପ୍ରମୁଖ କହିଛନ୍ତି।