ଓଡ଼ିଆ ପୁଅ ମୋହନଙ୍କ କାହାଣୀକୁ ନେଇ ନିର୍ମିତ ହେବ ‘ସିଲ୍‌ଭର ଗାନ୍ଧୀ’

ଭୁବନେଶ୍ବର : ସିଲଭର ଗାନ୍ଧୀ ରୂପେ ପରିଚିତ ମୋହନ ମହାପାତ୍ରଙ୍କୁ ନେଇ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିବେ ମୁମ୍ବାଇରେ ରହୁଥିବା ନିର୍ଦେଶକ ଅବିନାଶ ନନ୍ଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଉଦ୍‌ବୁଦ୍ଧ ହୋଇ ନିଜକୁ ଗାନ୍ଧୀ ବେଶରେ ସଜାଇ ମୋହନ ୨ହଜାର କିଲୋମିଟର ପଥ ଅତିକ୍ରମ କରି ସ୍ବଚ୍ଛ ଭାରତର ବାର୍ତା ବୁଣୁଥିବା ବେଳେ ଏହାକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି‌ବେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ନାଟ୍ୟ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ମୋହନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଉଦ୍‌ବୁଦ୍ଧ ହୋଇ ୨ ବର୍ଷ ହେଲା ନିଜ ଦେହରେ ରୂପେଲି ରଙ୍ଗ ବୋଳି ଗାନ୍ଧୀ ବେଶରେ ସ୍ବଚ୍ଛ ଭାରତର ବାର୍ତା ପ୍ରଚାର କରିସାରିଲେଣି। ମୋହନଙ୍କ ଏହି ପ୍ରତିବଦ୍ଧତାକୁ ଲକ୍ଷ୍ୟ କରି ଅବିନାଶ ନନ୍ଦ ଚଳଚ୍ଚିତ୍ରର ରୂପ ଦେବାକୁ ମନସ୍ଥ କରିଛନ୍ତି। ଏଥିରେ ଉଭୟ ବଲିଉଡ୍‌ ଓ ଓଲିଉଡ୍‌ର ଅଭିନେତା ଅଭିନେତ୍ରୀ ଅଭିନୟ କରିବେ। ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରୁ ସିନେମାର ସୁଟିଂ ଆରମ୍ଭ ହେବ। ମୋହନ ଏଥିରେ ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ମୋହନ କହିଛନ୍ତି ମୁଁ ସ୍ବଚ୍ଛତା ଓ ଶାନ୍ତି ପାଇଁ ସମର୍ପିତ। ସେ ଏକଥା ବି କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଷ୍ୟ। କଣ୍ଟ୍ରପୁଣ୍ଟୋ କମ୍ୟୁନିକେସନ୍‌ ଏହାର ପ୍ରଯୋଜନା କରିବ। ନିକଟ‌ରେ ସିନେମାର ଫାଷ୍ଟ ଲୁକ୍‌ ତଥା ପୋଷ୍ଟର ଉନ୍ମୋଚିତ ହୋଇଯାଇଛି। ଫିଲ୍ମର କାହାଣୀ ସାଙ୍ଗକୁ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଅଭିମନ୍ୟୁ ମିଶ୍ର। ସଂଳାପ ଲେଖିଛନ୍ତି ରାଜବୀର। ସୁଦୀପ ଜେନା ସଂଗୀତ ଦେଉଥିବା ବେଳେ ସୁବାସ ସାହୁ ସାଉଣ୍ଡ୍‌ ଡିଜାଇନ୍‌ କରିବା ଚୂଡ଼ାନ୍ତ ହୋଇଛି। ଏହି ଚଳଚ୍ଚିତ୍ର ନିର୍ମାଣରେ କଳିଙ୍ଗ ଭାରତୀ ଫାଉଣ୍ଡେସନ୍‌ ସମେତ ଅନ୍ୟ ସ୍ବେଚ୍ଛାସେବୀ ସଂସ୍ଥା ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର