ଚନ୍ଦ୍ରଶେଖରପୁର : ସ୍ଥାନୀୟ ବିଡିଏ କଲୋନି ଚନ୍ଦ୍ରଶେଖରପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହ ଆଜି ଉଦ୍ଘାଟିତ ହୋଇଯାଇଛି। ଆଜି ଉତ୍ସବରେ ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ମାଧ୍ୟମରେ ନିଜ ପ୍ରତିଭାକୁ ପରିପ୍ରକାଶ କରି ନିଜ ଅଭିଭାବକମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ଉପଦେଶ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ସୌଭାଗ୍ୟ ବାରିକ ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଭଲ ପାଠ ପଢ଼ିବାପାଇଁ ପରାମର୍ଶ ଦେଇଥିଲେ। ସେହିଭଳି ଅନୁଷ୍ଠାନର ସଭାପତି ମଦନମୋହନ ଧଳ, ସଂପାଦକ ଅଶ୍ୱିନୀ ତ୍ରିପାଠୀ ଓ ପ୍ରଧାନ ଆଚାର୍ଯ୍ୟ ଗଙ୍ଗାଧର ମହାରଣା ଉତ୍ସବର ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ସହ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ସଭାପରେ ବିଦ୍ୟାଳୟର କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପିଲାମାନେ ପ୍ରଥମେ ଓଡ଼ିଶୀ ନୃତ୍ୟ କରିଥିଲେ। ପରେ ବିଭିନ୍ନ ଭଜନ ଓ ଆଧୁନିକ ନୃତ୍ୟ ଓ ସଂଗୀତର ଆସର ଜମିଥିଲା। ଆସନ୍ତାକାଲି ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ।
ବିଡିଏ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ରୌପ୍ୟ ଜୟନ୍ତୀ
/sambad/media/post_attachments/wp-content/uploads/2018/01/Madhu-Vivekandnda-school.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)