ଭୁବନେଶ୍ୱର: ମା’ ଖଣ୍ଡେଶ୍ୱରୀ ହାଟ ବ୍ୟବସାୟୀ ସଂଘର ରୌପ୍ୟ ଜୟନ୍ତୀ ସ୍ଥାନୀୟ ପଳାସୁଣୀ ହାଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଏହି ଅନୁଷ୍ଠାନକୁ ଗଢ଼ିଥିବା ବ୍ୟକ୍ତିଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରତି ଆମେ କୃତଜ୍ଞ ରହିବା। ଅତ୍ୟାଧୁନିକ ଯୁଗରେ ଆମେ ହୁଏତ ଏବେ ମଲ୍‌ର ସୁଯୋଗ ପାଇଛୁ, ମାତ୍ର ଏବେ ବି ଆମେ ସାପ୍ତାହିକ ହାଟ ଉପରେ ନିର୍ଭରଶୀଳ। ତେଣୁ ଯେଉଁମାନେ ୨୫ ବର୍ଷ ଧରି ଏହି ଅଞ୍ଚଳର ଲୋକମାନଙ୍କୁ ତାଜା ପନିପରିବା ଯୋଗାଇ ଦିଅନ୍ତି ସେମାନଙ୍କୁ ଠିକ୍‌ ଭାବେ ଥଇଥାନ କରିବା ବି ସରକାରଙ୍କ ଦାୟିତ୍ୱ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା ଚିନ୍ମୟ ସାହୁ, ବିଜେଡି ଖୋର୍ଧା ଜିଲ୍ଲା ଉପସଭାପତି ସୁବାସ ପାତ୍ର, ଖାର୍ଦ୍ଧା ଜିଲ୍ଲା ବିଜେଡିର ଉପସଭାପତି ସୁବାସ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଳାସୁଣୀ ହାଟର ଉନ୍ନତିକରଣ ସମ୍ପର୍କରେ ମତ ରଖିତିଲେ। ଏହି ପରିପ୍ରେକ୍ଷୀରେ ବ୍ୟବସାୟୀ ସଂଘର କିଛି ପୁରୁଣା ବ୍ୟବସାୟୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ବ୍ୟବସାୟୀ ସଂଘର ସଭାପତି ରମେଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ସହ ଅତିଥି ପରିଚୟ ଦେଇଥିଲେ। ମୋନାଲିସା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ରଞ୍ଜିତା, ବିଷ୍ଣପ୍ରିୟା ସ୍ୱାଇଁ, ଧର୍ମେନ୍ଦ୍ର ଧଳ, ସୁକାନ୍ତ ସାହୁ ଓ ସନ୍ତୋଷ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାଯ୍ୟ କରିଥିଲେ।