ଚନ୍ଦ୍ରଶେଖରପୁର : ସଫେଇ କରିବା ଆଳରେ ଆଜି ଦୁଇଜଣ ମହିଳା ମଞ୍ଚେଶ୍ବର ରେଳବାଇ କଲୋନିର ତୃପ୍ତିମୟୀ ମହାନ୍ତିଙ୍କ ଅଧକେଜି ଓଜନର ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବାଇକ୍ ପିସିଆର୍ ସହଯୋଗରେ କଲୋନିର ବିଭିନ୍ନ ଗଳିରେ ଉକ୍ତ ମହିଳାଙ୍କୁ ଖୋଜାଖୋଜି କରି ନିରାଶ ହୋଇଛି। ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ, ମହିଳାଦ୍ବୟ ହିନ୍ଦୀରେ କଥା ହେଉଥିଲେ। ଅଳଙ୍କାର ଦେବା ପରେ ସେମାନେ ସଫା କରିବା ପାଇଁ ହଳଦୀ ପାଣି ମାଗିଥିଲେ। ତେବେ ହଳଦୀ ପାଣି ଆଣିବା ଭିତରେ ମହିଳାଦ୍ବୟ ବାହାର ପଟୁ କବାଟ ବନ୍ଦ କରି ସବୁ ଗହଣା ନେଇ ଫେରାର୍ ହୋଇଯାଇଥିଲେ।
ଭୁଆଁ ବୁଲାଇ ନେଇଗଲେ ଅଧକେଜି ରୁପା
/sambad/media/post_attachments/wp-content/uploads/2019/08/silver-or.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)