ସିମ୍ପ୍‌ଲିକେୟାର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ୱର : ସିମ୍ପ୍‌ଲିକେୟାର କ୍ଲିନିକ୍‌ ଓ ମେଦାନ୍ତ ହସ୍ପିଟାଲର ମିଳିତ ଉଦ୍ୟମରେ ଗୁରଗାଓଁସ୍ଥିତ ଦି ମେଡିସିଟିରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଓ ସ୍ୱାସ୍ଥ୍ୟ ସଚେତନତା ଉଦ୍ଦେଶ୍ୟ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ଜଣ ରୋଗୀଙ୍କୁ ମଲ୍‌ଟି ସ୍ପେଶାଲିଷ୍ଟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମେଦାନ୍ତ ହସ୍ପିଟାଲ ଓ ସିମ୍ପ୍‌ଲିକେୟାର କ୍ଲିନିକ୍‌ର ଡାକ୍ତର ଟିମ୍‌ ଏହି ଚିକିତ୍ସା ସେବା ପ୍ରଦାନ କରିଥିଲେ। ମେଦାନ୍ତ ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡା.ସୁଶାନ୍ତ ଭୂୟାଁ ଓ ନେଫ୍ରୋଲୋଜିଷ୍ଟ ଡା.ଅମିତ ମହାପାତ୍ର ସ୍ନାୟୁଗତ ରୋଗ ଓ କିଡ୍‌ନି ଜନିତ ରୋଗ ସଂପର୍କରେ ଲୋକମାନଙ୍କୁ ଆବଶ୍ୟକୟୀ ଟିପ୍‌ସ ପ୍ରଦାନ କରିଥିଲେ। ଏହାସହ ସିମ୍ପଲିକେୟାର କ୍ଲିନିକ୍‌ର କସମୋଟୋଲୋଜିଷ୍ଟ ଓ ଟ୍ରାଇକୋଲୋଜିଷ୍ଟ ଡା.ଅଙ୍କିତା ଆନନ୍ଦ ଚର୍ମ ରୋଗ ସଂପର୍କିତ ଟିପ୍‌ସ ରୋଗୀଙ୍କୁ ପ୍ରଦାନ କରିଥିଲେ। ଏହାବ୍ୟତୀତ ରୋଗୀଙ୍କ ରକ୍ତଚାପ, ଇସିଜି ଓ ମଧୁମେହର ପରୀକ୍ଷା ମାଗଣାରେ କରାଯାଇଥିଲା। ସୂଚନାଯୋଗ୍ୟ, ଟେଲିମେଡିସିନ୍‌ ପାଇଁ ନିକଟରେ ମେଦାନ୍ତ ହସ୍ପିଟାଲ ସିମ୍ପଲିକେୟାର କ୍ଲିନିକ୍‌ ସହିତ ଅନୁବନ୍ଧିତ ହୋଇଛି। ଏହା ଜରିଆରେ ସିମ୍ପଲିକେୟାର କ୍ଲିନିକ୍‌କୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ମେଦାନ୍ତ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ସୁବିଧା ନେଇପାରିବେ। ଆଗାମୀ ଦିନରେ ଏହିଭଳି ଅନେକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ସିମ୍ପଲିକେୟାର କ୍ଲିନିକ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର