କୋଲକାତା ଭଳି ରାଜଧାନୀ ଭୁ‌ବନେଶ୍ୱରରେ ବି ଏଥର ଜମିବ ‘ସିନ୍ଦୂର ଖେଳା’

ଭୁବନେଶ୍ବର : କୋଲକାତା ଭଳି ରାଜଧାନୀ ଭୁ‌ବନେଶ୍ୱରରେ ବି ଏଥର ଜମିବ ‘ସିନ୍ଦୂର ଖେଳା’। କଳିଙ୍ଗ ବିହାର ଓ କଳିଙ୍ଗନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ଏପରି ଅନୁଭବ ଭେଟି ଦେବ। ମା’ଙ୍କୁ ବିଦାୟକାଳୀନ ଅବସରରେ ଘଟ ବିସର୍ଜନ ପୂର୍ବରୁ ବଙ୍ଗାଳୀ ମହିଳାମାନଙ୍କୁ ନେଇ ସିନ୍ଦୂର ଖେଳା ପରମ୍ପରା ଅନୁଷ୍ଠିତ ହେବ। ସ୍ଥାନୀୟ ମହିଳାମାନେ ମା’ଙ୍କୁ ସଜେଇବା ପରେ ସିନ୍ଦୂର ପି‌ନ୍ଧାଇ ନିଜେ ସେଇ ସିନ୍ଦୂର ପିନ୍ଧିବେ ବୋଲି କହିଛନ୍ତି ପୂଜା କମିଟିର ସଭାପତି ରମାକାନ୍ତ ମହାପାତ୍ର। ଅନ୍ୟତମ ଆକର୍ଷଣ ସାଜିବ ଅପରାଜିତା ଫୁଲର କଙ୍କଣ। ଅପରାଜିତା ଫୁଲରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କଙ୍କଣ ପିନ୍ଧିବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ଶୁଭ୍ରାଂଶୁ ଶେଖର ମହାନ୍ତି କହିଛନ୍ତି। ବାସ୍ତବରେ ଏହା ପଛରେ ପୌରାଣିକ ସିଦ୍ଧାନ୍ତ ଲୁଚି ରହିଥିବାରୁ ଏପରି କରାଯାଉଥିବା ଶ୍ରୀ ମହାନ୍ତି କହିଛନ୍ତି। ଲକ୍ଷ୍ମୀସାଗର ବଙ୍ଗାଳୀ ସାହି ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍‌ ଦୁର୍ଗାପୂଜା ମଣ୍ଡପରେ ମଧ୍ୟ ‘ସିନ୍ଦୂର ଖେଳା’ ଧୁମ୍‌ଧାମରେ ପାଳିତ ହେବ।

ସମ୍ବନ୍ଧିତ ଖବର