ସିନ୍ଦୂର ଖେଳରେ ବିଦାୟ ନେଲେ ମହିଷାମର୍ଦିନୀ

ଭୁବନେଶ୍ବର: ଲକ୍ଷ୍ମୀସାଗରସ୍ଥିତ ବେ‌ଙ୍ଗଲି କଲୋନି ‘ସଂଘ ଶ୍ରୀ କ୍ଲବ’ ତରଫରୁ ୫୯ ବର୍ଷ ହେବ ଦଶହରା ପୂଜା ଆୟୋଜନ କରାଯାଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା’ଙ୍କ ପୂଜା ସମସ୍ତ ବଙ୍ଗାଳୀ ପରିବାରଙ୍କ ଦ୍ବାରା ଆୟୋଜିତ ହୋଇଥିଲା। ବାଦ୍ୟଶିଳ୍ପୀଙ୍କ ଠାରୁ ଆରମ୍ଭ କରି ପୂଜାରି ପର୍ଯ୍ୟନ୍ତ ସମସ୍ତେ ଥିଲେ ବଙ୍ଗାଳୀ। ବଙ୍ଗାଳୀ ନୀତି ନିୟମରେ ଏଠାରେ ପୂଜାର୍ଚ୍ଚନା କରାଯାଇଥିଲା। ମା’ଙ୍କୁ ମେଲାଣି ଦେବାର ଶେଷ ଦିନରେ ପରମ୍ପରା ଅନୁଯାୟୀ ସିନ୍ଦୂର ଖେଳ ଆୟୋଜିତ ହୋଇଥିଲା। ଭୁବନେଶ୍ବରର ସମସ୍ତ ବଙ୍ଗାଳୀ ପରିବାର ମା’ଙ୍କୁ ସିନ୍ଦୂର ଲଗାଇବାକୁ ଏକାଠି ହୋଇଥିଲେ। ବିବାହିତ ମହିଳାମାନେ ମା’ଙ୍କୁ ସିନ୍ଦୂର ଲଗାଇବା ସହିତ ପରସ୍ପରକୁ ସିନ୍ଦୂର ଲଗାଇ ମା’ଙ୍କୁ ମେଲାଣି ଦେଇଥିଲେ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ଖେଳ ଚାଲିଥିଲା। ସଂଘର ସଭାପତି ସଞ୍ଜିତ ଶର୍ମାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର