ପିଲାବେଳେ ପ୍ରବଳ ଦୁଷ୍ଟ ଥିଲି। ମା’ ଯେତେବେଳେ ବାଡ଼େଇବାକୁ ଗୋଡ଼ାନ୍ତି, ଘର ସାମ୍ନାରେ ଥିବା ଆମ୍ବ ଗଛରେ ଚଢିଯାଏ। ଥରେ ଷଷ୍ଠ ଶ୍ରେଣୀରେ କ’ଣ ଗୋଟେ ଦୁଷ୍ଟାମି କଲି ବୋଲି ମା’ ମତେ ଗୋଡ଼ାଇବାରୁ ମୁଁ ଆମ ଆମ୍ବ ଗଛରେ ଚଢ଼ିଗଲି। ମା’ ଗଲା ପରେ ତରତରରେ ଗଛରୁ ଓହ୍ଲାଇବି କ’ଣ ଗଳିପଡ଼ିଲି। ତଳେ ଥିବା ଲୁହା ଫାଟକ ଉପରେ ପଡ଼ି ମୋ ହାତ ଭାଙ୍ଗିଗଲା। ତଳେ ବସି ଅନେକ ସମୟ କାନ୍ଦିଲା ପରେ ବି କେହି ବିଶ୍ୱାସ କରିନଥିଲେ। ସମସ୍ତେ ଭାବିଲେ ମୁଁ ବାହାନା କରୁଛି। କିନ୍ତୁ ସେତେବେଳକୁ ମୋ ହାତ ଭାଙ୍ଗି ପୂରା ଫୁଲି ଯାଇଥାଏ। ଜଣେ ପଡ଼ୋଶୀ ଦେଖି କହିଲା ପରେ ମତେ ଡାକ୍ତରଖାନା ନିଆଯାଇଥଲା। ଅପରେସନ୍ କରାଯାଇଥିଲା। ଯାହାର ଦାଗ ଏବେ ବି ମୋ ହାତରେ ରହିଛି। ଆଜି ବି ଆମ୍ବ ଗଛଟିଏ ଆଖିରେ ପଡ଼ିଲେ ସେଦିନର ସେ ଦୁଷ୍ଟାମି ମନେ ପଡ଼ିଯାଏ।
ଅଭୁଲା ଚଗଲା ଦିନ : ମାଡ଼ ଭୟରେ ଗଛରେ ଚଢ଼ି ଯାଉଥିଲି
ସୁସ୍ମିତା ଦାସକଣ୍ଠଶିଳ୍ପୀ
/sambad/media/post_attachments/wp-content/uploads/2018/02/b3b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)