କର୍କଟ ପୀଡ଼ିତାଙ୍କ ସାହାଯ୍ୟ ପାଇଁ ଗୀତ ଗାଇଲେ କଣ୍ଠଶିଳ୍ପୀ

‘କିଶୋରିୟାଟ୍‌ ଆନ୍‌ ଆଡିକ୍‌ସନ୍‌ ଚାପ୍ଟର-୨’

ଭୁବନେଶ୍ବର: ସଙ୍ଗୀତର ମଧୁର ଝଙ୍କାରରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ କମ୍ପୁଥିଲା। କଣ୍ଠଶିଳ୍ପୀମାନେ ଗୋଟିଏ ପରେ ଗୋଟିଏ ଚିରସବୁଜ ଗୀତରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲା। କିନ୍ତୁ ଉଦ୍ଦେଶ୍ୟ ଖାଲି ମନୋରଂଜନ ପାଇଁ ନଥିଲା। ସେବା ମନୋଭାବ ନେଇ କଣ୍ଠଶିଳ୍ପୀମାନେ ଜଣେ ୧୩ ବର୍ଷୀୟ ନାବାଳିକା ଗାୟତ୍ରୀ ପାଣିଗ୍ରାହୀଙ୍କ ପାଇଁ ଚିକିତ୍ସା ଅର୍ଥ ଯୋଗାଡ଼ କରିଥିଲେ।

ଅବସର ଥିଲା, ‘ବିଭୁକିଶୋର ଚାରିଟେବୁଲ ଟ୍ରଷ୍ଟ’ ଆନୁକୂଲ୍ୟରେ ଆୟୋଜିତ ‘କିଶୋରିୟାଟ୍‌ ଆନ୍‌ ଆଡିକ୍‌ସନ୍‌ ଚାପ୍ଟର-୨’। କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲଚନ୍ଦ୍ର ଘଡ଼େଇ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅଭିନେତା ହରିହର ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବନାମଧନ୍ୟ କଣ୍ଠଶିଳ୍ପୀ ବିଭୁକିଶୋର, ସୌରଭ, ଏମ୍‌ କୁମାର, ରଣଦୀପ୍‌ ପରିଡ଼ା, ପମି, ଅମ୍ରିତା‌, ଲୋପା ପ୍ରମୁଖ ଏହି ଅବସରରେ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଟ୍ରଷ୍ଟ୍‌ର ଟ୍ରଷ୍ଟି ରାକ୍ଷୀ ଦାଶ ପରିଚାଳନା କରିଥିଲେ। ପୀୟୂଷ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର