ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ନିଜର ଅର୍ଧ-ନଗ୍ନ ଫଟୋ ପୋଷ୍ଟ କରି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବିଶିଷ୍ଟ ବଲିଉଡ୍ ଗାୟିକା ସୋନା ମହାପାତ୍ର। ସୋନା ମନୋକିନି (ସନ୍ତରଣ ବେଳେ ମହିଳା ପିନ୍ଧୁଥିବା ପୋଷାକ) ପିନ୍ଧି ବିଭିନ୍ନ ପୋଜ୍ରେ ଫଟୋ ଉଠାଇଛନ୍ତି। ତାଙ୍କର ଏହି ପୋଷ୍ଟକୁ ନେଇ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିଛନ୍ତି। ତେବେ ସୋନା ଟ୍ବିଟର୍ରେ ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ସୋନା ଲେଖିଛନ୍ତି ଯେ ଫଟୋରେ ମନ୍ତବ୍ୟ ଦେଇଥିବାରୁ ଧନ୍ୟବାଦ। ଅନେକ ଏହି ଫଟୋରେ ‘ହାର୍ଟ’ ଓ ‘ଫାୟାର’ ଇମୋଜି ଦେଇଥିଲେ। ଅନେକ ମି’ ଠୁ ସହିତ ସୋନା ଜଣେ ଗମ୍ଭୀର ଶ୍ରେଣୀର ବ୍ୟକ୍ତି ବୋଲି ଉଲ୍ଲେଖ କରିଥିଲେ। ହେଲେ ‘ସହମତି’ରେ କୌଣସି ବସ୍ତ୍ର ପିନ୍ଧିବା କିମ୍ବା ବସ୍ତ୍ର ଛୋଟ ହୋଇଯିବାକୁ ନେଇ ମହିଳାଙ୍କୁ ଏଭଳି ଆକ୍ରମଣ କରିବା ଠିକ୍ ନୁହେଁ। ତାହା ସେମାନେ ଦିନେ ନା ଦିନେ ଶିଖିବାକୁ ପାଇବେ। ଏହାସହ କେବଳ ଖଦୀ କିମ୍ବା ସଂପୂର୍ଣ୍ଣ ଘୋଡ଼େଇ ହୋଇଥିବା ମହିଳା ସହ ସଂସ୍କାରୀପଣ କିମ୍ବା ଯୋଗ୍ୟ ମହିଳା ହେବାର ବିଚାର ମୋର ନାହିଁ। ତେଣୁ ମୋ’ ତରଫରୁ ଭୁଲ୍ ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି ସୋନା ଉଲ୍ଲେଖ କରିଛନ୍ତି।
ମନୋକିନି ପିନ୍ଧି ଚର୍ଚ୍ଚାରେ ସୋନା
/sambad/media/post_attachments/wp-content/uploads/2020/01/8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)