ଭୁବନେଶ୍ୱର: ସଂଗୀତରେ ଦେଶ ବନ୍ଦନାର ଏକ ଅପୂର୍ବ ଆସର ଜମିଥିଲା ଆଜି ରବୀନ୍ଦ୍ର ମଣ୍ଡପରେ। ଟିମ୍ ଏଣ୍ଟରଟେନ୍ମେଣ୍ଟ୍ ମିଡ଼ିଆ ଏବଂ ସୁଷମା ସଂଗୀତ ସଦନ ପକ୍ଷରୁ ଆୟୋଜିତ ସଂଗୀତ ସନ୍ଧ୍ୟା ‘ମେରା ଭାରତ ମହାନ’ ଭେଟି ଦେଇଥିଲା ଏହି ଦେଶଭକ୍ତି ସଂଗୀତ ସନ୍ଧ୍ୟା।
ସର୍ଫରୋସି କି ତମନ୍ନା..ଠୁ ନେଇ ‘ଦେଦି ହମେ ଆଜାଦି.., ଏ ମେରି ଓ୍ଵତନ କି ଲୋଗୋ.., ମେରା କର୍ମା.., ଗଙ୍ଗା ବେହ୍ତି ହୋ.., ଛୋଡ଼ୋ କଲ୍ କି ବାତେଁ.., ଆର୍ଯ୍ୟ ଭୂମି.., ଓ୍ଵତନ ପେ ଜୋ ଫିଦା ହୋଗା.., ମେରା ରଙ୍ଗ୍ଦେ ବସନ୍ତି.., ପୁଣ୍ୟ ମାଟି ଭାରତ..ଏବଂ ଆଇ ଲଭ୍ ମାଇ ଇଣ୍ଡିଆ..ଭଳି ଗୀତ ଶୁଣିବାକୁ ମିଳିଥିଲା। ଗାଇ ଶୁଣାଇଥିଲେ ଲକ୍ଷ୍ମୀକାନ୍ତ ପାଲିତ୍, ଦେବାଶିଷ ମହାପାତ୍ର, ମିତାଲି ଚିନାରା, ସୌରଭ ନାୟକ, ବିଦ୍ୟୁତପ୍ରଭା ପାଲିତ୍, ଆଦ୍ୟାଶା ଦାସ, ନାଜିଆ ଆଲାମ, ରନ୍ଦୀପ ପାଲିତ୍, ବନ୍ଦିଶ ପାଲିତ୍, ନନ୍ଦିନୀ ମହାନ୍ତି, ଅଶ୍ୱିନୀ ମହାନ୍ତି, ଅର୍ପିତା ଚୌଧୁରୀ, ପ୍ରଣବଜ୍ୟୋତି ନାଥ ଏବଂ କୁନିଶିଳ୍ପୀ ଆକାଂକ୍ଷା ଓ ଶୁଭ୍ରାଂଶୁ। ପ୍ରେମ ଶଙ୍କର, ଅବନୀକାନ୍ତ, ଚିନ୍ତାମଣୀ, ପ୍ରିୟରଂଜନ, ପିଙ୍କୁ, ସୀମାଦ୍ରୀ, ଭାବତୋଷ ଓ େଓ୍ଵଣ୍ଡେଲ୍ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରାକ୍ତନ ପ୍ରଶାସକ ଅଶୋକ ତ୍ରିପାଠୀ, ସମାଜସେବୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଭାପତି ଧୀରେନ୍ଦ୍ର କୁମାର ରୟ ଏବଂ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ୍ ଉପସ୍ଥିତ ଥିଲେ।