ଜମିଲା ଓଡ଼ିଆ ଚିରସବୁଜ ସଙ୍ଗୀତ ଆସର ‘ନଦୀର ନାମ ଅଳସ କନ୍ୟା’

ଭୁବନେଶ୍ବର: ନିଦ ଭରା ରାତି…, ହୃଦୟର ଏଇ ଶୂନ୍ୟତାକୁ…, ଫୁଲେଇରାଣୀ ସଜ…, ନଦୀର ନାମ ଅଳସୀ କନ୍ୟା ଆଦି ଚିରସବୁଜ ଓଡ଼ିଆ ଗୀତର ଏକ ରୋମାଣ୍ଟିକ୍‌ ଆସର ଜମିଥିଲା ଜୟଦେବ ଭବନ ପ୍ରେକ୍ଷାଳୟରେ। ‘ଉପାସନା କଲ୍‌ଚରାଲ୍‌ ଟ୍ରଷ୍ଟ’ ପକ୍ଷରୁ ଓଡ଼ିଆ ସଙ୍ଗୀତର ଏହି ମନୋରମ ଆସର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ କଣ୍ଠଶିଳ୍ପୀମାନେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ସହ କିଛି ଲଘୁସଙ୍ଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ଲୋଭା ବିଶ୍ବାଳ, ଶୈଳଭାମା ମହାପାତ୍ର, ବିଚିତ୍ରାନନ୍ଦ ଦେଓ, ତୁଷାରକାନ୍ତି ଜେନା, ସୂରଜ ଦାସ, ବନଜ ମହାନ୍ତି, ସୂରଜ ଦାଶ, ରିତିକା ରିମ୍‌ଝିମ୍‌ ଓ ଜିଜ୍ଞାସା ଡାକୁଆ ପ୍ରମୁଖ ଏଥିରେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଅତିଥି କଳାକାର ଭାବେ ଦେବ ଦାସ, ଆଶିଷ ଦତ୍ତ ଓ କୃଷ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସିନେ ସାମ୍ବାଦିକ ଦିଲ୍ଲୀପ ହାଲି, ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଳିତ ଓ କମଳାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର