‘ଋତ୍ତ୍ବିକା ଆଭା’ ପକ୍ଷରୁ ସଂଗୀତ ସଂଧ୍ୟା

ଚନ୍ଦ୍ରଶେଖରପୁର : ଦିବ୍ୟାଙ୍ଗ ପିଲାଙ୍କ ଉଦ୍ଦେଶ୍ୟରେ ଆଜି ସଂଧ୍ୟାରେ ମଞ୍ଚେଶ୍ବର ରେଳ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ରିଦିମ୍‌ ଅଫ୍ ହୋପ୍’। ଋତ୍ତ୍ବିକା ଆଭା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସିତାର ବାଦକ ମିତା ନାଗ ସିତାର ପରିବେଷଣ କରି ଦର୍ଶକଙ୍କୁ ବିଭୋର୍‌ କରିଥିଲେ। ଶ୍ରୀମତୀ ନାଗ ରାଗ କିରୱାଣିରେ ଧୁନ୍‌ ପରିବଷେଣ କରିଥିବା ବେଳେ ତବଲା ଯୁଗଳବନ୍ଦୀ ସହ ପରିବେଷଣ କରିଥିଲେ। ଚାଇନିଜ୍ ସାଂସ୍କୃତିକ ନୃତ୍ୟ ଓ ଓଡ଼ିଶୀ ନୃତ୍ୟ ସହ ଦିବ୍ୟାଙ୍ଗ ପିଲାମାନଙ୍କ ଦ୍ବାରା ନୃତ୍ୟଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ବିଜୁ ମହିଳା ସଂଗଠନର ଅଧ୍ୟକ୍ଷା ଡ. ମିନତି ବେହେରା ଏବଂ ସମାଜସେବୀ ସ୍ମୃତି ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ଋତ୍ତ୍ବିକା ଆଭା ଚାରିଟେବଲ୍ ଟ୍ରଷ୍ଟର ଅଧ୍ୟ୍ୟକ୍ଷା ମଞ୍ଜୁ ରାୟ ଏବଂ ଗୁରୁ ରାୟ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ପତ୍ରିକା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର